କଟକ ଅଫିସ,୧୦।୭: କଟକ ସହରରେ ଶନିବାର ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଇନ୍ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍ରୁ ୧୩ଜଣ, ପେଡ୍ କ୍ୱାରାଣ୍ଟାଇନ୍ରୁ ଜଣେ, ଲୋକାଲ କଣ୍ଟାକ୍ଟ କେସ୍ ୨ ରହିଛି। ଏନେଇ ସିଏମ୍ସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
ଆକ୍ରାନ୍ତମାନେ ହେଲେ ଏମ୍ସ ଆଇସୋଲେଶନ ଓ୍ବାର୍ଡର ୧୩ବର୍ଷର ନାବାଳକ, ସମ୍ ହସ୍ପିଟାଲ ଆଇସୋଲେଶନ ଓ୍ବାର୍ଡର ୫୮ ବର୍ଷୀୟା ମହିଳା, ୩୫ବର୍ଷୀୟା ପୁରୁଷ, ଏସ୍ସିବି ଆଇସୋଲେଶନ ଓ୍ବାର୍ଡରୁ ୨୬,୨୫,୩୪ ବର୍ଷୀୟା କରୋନା ଯୋଦ୍ଧା, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ୫୨ ବର୍ଷୀୟ,୫୦, ୨୬,୨୩ କଣ୍ଟାକ୍ଟ କେସ୍, କଟକ ସଦର ସମ୍ପର୍ଶରେ ଆସିଥିବା ୩୩ବର୍ଷ, ୨୭ବର୍ଷ. ୨୬ ବର୍ଷୀୟ ବ୍ୟକ୍ତି, ଦୁବାଇରୁ ଫେରିଥିବା ୩୭ବର୍ଷୀୟ ପୁରୁଷ, ସିଡିଏ ସେକ୍ଟର ୧୧ ଅଞ୍ଚଳର ୪୮ବର୍ଷୀୟ ପୁରୁଷ(ପୋଲିସ), ବଢ଼େଇ ସାହିର ୩୦ବର୍ଷୀୟା ମହିଳା କରୋନା ଯୋଦ୍ଧା। ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨୯ରେ ପହଞ୍ଚିଛି। ସେଥିରୁ ୩୨ ସୁସ୍ଥ ହୋଇ ଫେରିଥିବା ବେଳେ ୧୯୫ ଆକ୍ଟିଭ୍ କେସ୍ ରହିଛି। ୨ଜଣଙ୍କ ମୃତ୍ୟୁ ଘଟିଥିବା ସିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।