ମାର୍ଶାଘାଇରେ ପୂର୍ବାହ୍ନ ସୁଦ୍ଧା ୧୬ ପ୍ରତିଶତ ମତଦାନ

ଡେରାବିଶ,୧୮ା୨(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶୁକ୍ରବାର ମାର୍ଶାଘାଇ ବ୍ଲକରେ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରେ ଆରମ୍ଭ ହୋଇଥିବା ଏହି ମତଦାନ ପାଇଁ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ବିଭିନ୍ନ ବୁଥ୍‌ରେ ଲମ୍ବା ଧାଡ଼ିରେ ରହି ଭୋଟରମାନେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଏହି ବ୍ଳକରେ ସମୁଦାୟ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୬ ହଜାର ୯୩୦ରହିଛି। ସେଥିମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୫୧,୩୦୬ ଥିବା ବେଳେ ପୁରୁଷ ଭୋଟର ୫,୫୫୬୨୪ ରହିଛି। ଏହି ବ୍ଲକ ଅଧୀନରେ ୨୪ଟି ପଞ୍ଚାୟତ ରହିଥିବା ବେଳେ ୩୬୬ ବୁଥ୍‌ ରହିଛି। ସକାଳ ୭ଟାରୁ ୧୧ଟା ମଧ୍ୟରେ ସମୁଦାୟ ୧୬,୫୨୯ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି। ସମୁଦାୟ ୧୬ ପ୍ରତିଶତ ମତଦାନ ହୋଇଥିବା ବିଡିଓ ମାଶଙ୍କର ବେହେରା ସୂଚନା ଦେଇଛନ୍ତି। ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ସମସ୍ତ ବୁଥ୍‌ରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଥିବା ଦେଖିବାକୁ ମିଳିଥିଲା।

Share