ବ୍ୟାଙ୍କକ୍,୨୫।୫: ମ୍ୟାନ୍ମାରରୁ ରୋହିଙ୍ଗ୍ୟାମାନଙ୍କୁ ନେଇ ଯାଉଥିବା ଏକ ବୋଟ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ବୋଟ୍ରେ ଥିବା ଯାତ୍ରୀ ଅନ୍ୟ ଦେଶରେ ଶରଣ ନେବାକୁ ଯାଉଥିଲେ। ତେବେ ଏହି ଘଟଣାରେ ୩୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୪ ଜଣ ଏବେ ବି ନିଖୋଜ ଅଛନ୍ତି। ଗତ ଗୁରୁବାର ରୋହିଙ୍ଗ୍ୟାମାନେ ମ୍ୟାନ୍ମାରର ରାଖିନେ ପ୍ରଦେଶରୁ ବାହାରିଥିବା ବେଳେ ୨ ଦିନ ପରେ ଝଡ଼ତୋଫାନ ଯୋଗୁ ସେମାନଙ୍କ ବୋଟ୍ ଓଲଟି ପଡ଼ିଥିଲା। ଅନ୍ୟପଟେ ଜାତିସଂଘ ଏଜେନ୍ସି ୟୁଏନ୍ଏଚ୍ସିଆର ଏହି ଘଟଣାରେ ଦୁଃଖ ପ୍ରକାଶ କରି ଏକ ବୟାନରେ କହିଛନ୍ତି ଯେ, ପିଲାମାନଙ୍କ ସମେତ ଅତିକମ୍ରେ ୧୭ଜଣ ରୋହିଙ୍ଗ୍ୟାଙ୍କ ମୃତ୍ୟୁ ଘଟିଛି।