୧୬ ବାଘ ଦାନ୍ତ ସହ ୪ ଗିରଫ

ଦିସପୁର, ୨୧।୧୦: ଆସାମର କର୍ବି ଆଙ୍ଗ୍ଲୋଙ୍ଗ ଜିଲାରୁ ପୋଲିସ ବୁଧବାର ୧୬ଟି ବାଘ ଦାନ୍ତ ଜବତ କରିଛି। ବାଘ ଦାନ୍ତ ଚୋରା ଚାଲାଣ ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗୁପ୍ତ ସୂଚନାକୁ ଆଧାର କରି ମଞ୍ଜା ପୋଲିସ ପକ୍ଷରୁ ଦିଫୁ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ପୋଲିସ ୪ ଜଣ ବନ୍ୟଜନ୍ତୁ ଅଙ୍ଗ ପ୍ରତ୍ୟଙ୍ଗ ଚୋରା ଚାଲାଣକାରୀଙ୍କଠାରୁ ୧୬ଟି ବାଘ ଦାନ୍ତ ଜବତ କରିବାରେ ସଫଳ ହୋଇଥିଲା। ଏହି ମାମଲରେ ଅଧିକ ଲୋକଙ୍କୁ ଗିରଫ କରିବାକୁ ଉଦ୍ୟମ ଚାଲିଥିବାରୁ ପୋଲିସ ପକ୍ଷରୁ ଗିରଫ ୪ ଚୋରା ଚାଲାଣକାରୀଙ୍କ ପରିଚୟ ପ୍ରଦାନ କରାଯାଇନାହିଁ। ଏହି ୪ଜଣ ଚୋରା ଚାଲଣକାରୀ ଦାନ୍ତଗୁଡ଼ିକ ବିକ୍ରି କରିବା ଉଦ୍ଦେଶ୍ୟରେ ଥିଲେ। କିନ୍ତୁ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ଉ କରି ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

Share