Categories: ବାଣିଜ୍ୟ

୧୬ରୁ ୩ ଦିନିଆ ଜୋୟା ଅଳଙ୍କାର ପ୍ରଦର୍ଶନୀ

ଭୁବନେଶ୍ୱର,୧୫।୬: ଜୋୟା ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ। ଟାଟା ଗ୍ରୁପ୍‌ର ସହଯୋଗୀ ପ୍ରତିଷ୍ଠାନ ତଥା ଟାଟା ହାଉସର ସୂକ୍ଷ୍ମ ହୀରା ବୁଟିକ୍‌ ଜୋୟାର ବିରଳ ଓ ପ୍ରିମିୟମ ଅଳଙ୍କାର ପ୍ରଦର୍ଶନୀ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୩ ଜୁନ୍‌ ୧୬ରୁ ୩ ଦିନିଆ ଜୋୟା ଅଳଙ୍କାର ପ୍ରଦର୍ଶନୀ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ ହେବାକୁ ଯାଉଛି। ବିଶେଷକରି ଭୁବନେଶ୍ୱରରେ ଜୋୟାର ପ୍ରଥମ ଟ୍ରଙ୍କ୍‌ ଶୋ’ ପ୍ରଦର୍ଶିତ ହେବ ବୋଲି ବ୍ରାଣ୍ଡ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଏହି ଶୋ’ ଗ୍ଲାମର ମହିଳାମାନଙ୍କ ପାଇଁ ଏକ ସୁଯୋଗ ପ୍ରଦାନ କରୁଛି। ଏପରିକି ଉତ୍କର୍ଷ ତଥା ଆଖି, ସୌନ୍ଦର୍ଯ୍ୟତା ଏବଂ ଜୋୟା ସାରେଜେୱେଲାରୀ ଅନ୍ବେଷଣର ଏକ ବ୍ୟାପକ ସମ୍ଭାର ପ୍ରଦର୍ଶିତ ଏବଂ ବିକ୍ରୟ ହେବ। ବିଶେଷକରି ଜୋୟାର ସୂକ୍ଷ୍ମ ଅଳଙ୍କାରର ବ୍ୟାପକ ଅନୁଭୂତିକୁ ସବୁସ୍ତରରେ ଗ୍ରାହକମାନେ ନିର୍ଣ୍ଣୟ କରୁଛନ୍ତି।

ଫଳରେ ସମସାମୟିକ ତଥା କ୍ଲାସିକ୍‌ ଶୈଳୀରେ ଜୋୟାର ଅବିସ୍ମରଣୀୟ ଅଳଙ୍କାର ଉଭୟ ଦେଶର ଓ ବିଦେଶର ମହିଳାଙ୍କ ଚାହିଦା ଓ ଆଗ୍ରହକୁ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥାଏ। ଉଲ୍ଲେଖଯୋଗ୍ୟ, ଏହି ପ୍ରଦର୍ଶନୀ ୨୦୨୩ ୧୬ ଜୁନ୍‌ରୁ ୧୮ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୧୦ ଘଟିକାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଜାରି ରହିବ। ଅପରପକ୍ଷରେ ଏକ କପ୍‌ ଚା କିମ୍ବା କଫି ସହିତ ଜୋୟାର ସୁନ୍ଦର ସଂଗ୍ରହକୁ ଅନୁସନ୍ଧାନକରି କିଛି ଅନିଚ୍ଛାକୃତ ‘ସମୟ’ ବିତାନ୍ତୁ। ଏପରିକି ଭାରତର ପ୍ରାଚୀନ ଷ୍ଟେପ୍‌ୱେଲସ ଦ୍ୱାରା ଅନୁପ୍ରାଣିତ ଗୋଲାପ ଏବଂ ଧଳା ସୁନାରେ ଏକ ଅଟୋଗ୍ରାଫ୍‌ ସଂଗ୍ରହ ସହ ପାଟେଣ୍ଟେଡ ଜୋୟା ବାଓଲି’ ସେଟିଂ ଆଟେର୍ନା, ପାଟେଣ୍ଟେଡ ଆଦିର ପଥର କଟିଂ ପ୍ରଦର୍ଶିତ ଏବଂ ବ୍ୟକ୍ତିଗତ ଭାବେ ଷ୍ଟାକ୍‌ କିମ୍ବା ପିନ୍ଧାଯାଇପାରିବ। ବିଶେଷକରି ଦିନରୁ ସନ୍ଧ୍ୟା ପର୍ଯ୍ୟନ୍ତ ପରିଧାନ ସମୟରେ ଏକ ସହଜପଣ ଓ ମନରେ ପରିବର୍ତ୍ତନ ଆଣିପାରେ ବୋଲି ଜୋୟା ପକ୍ଷରୁ କୁହାଯାଇଛି।

Share