Categories: ଜାତୀୟ

୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କଲେ ଦୂର ସମ୍ପର୍କୀୟ

ବସ୍ତି,୧୩।୯: ଜଣେ ୧୬ ବର୍ଷୀୟ ନାବାଳକ ପଡ଼ୋଶା ଘରର ୮ ବର୍ଷୀୟା ଝିଅଙ୍କୁ ବଳାତ୍କାର କରିଛନ୍ତି। ଉତ୍ତରପ୍ରଦେଶର ବସ୍ତି ଜିଲାରେ ରବିବାର ଏଭଳି ଘଟଣା ଘଟିଛି।

ବସ୍ତି ଥାନା ଏସ୍‌ପି ଆଶିଷ ଶ୍ରୀବାସ୍ତବ କହିଛନ୍ତି, ରବିବାର ସନ୍ଧ୍ୟା ୬ଟାରେ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ ଆସିଥିଲା। ପଡ଼େଶା ଘରର ପୁଅ ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିଥିବା ପୀଡ଼ିତାଙ୍କ ବାପା ଅଭିଯୋଗ କରିଥିଲେ। ଆମେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଏକ କ୍ଲିନିକ୍‌କୁ ନେଇଥିଲୁ। ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ସେ ସୂଚନା ଦେଇଛନ୍ତି।

ପୋଲିସକୁ ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଜଣେ ନାବାଳକ। ଆଉ ସେ ପୀଡ଼ିତାଙ୍କ ଦୂର ସମ୍ପର୍କୀୟ। ଆଇପିସିର ୩୭୬ ଦଫା ଓ ପୋକ୍‌ସୋ ଆଇନ ଆଧାରରେ ମାମଲା ରୁଜୁ କରାଯାଇଛି। ଆମେ ଏବେ ଅଭିଯୁକ୍ତଙ୍କୁ ଖୋଜୁଛୁ। ତାଙ୍କୁ ଧରିବା ପରେ ତଦନ୍ତ ଆଗକୁ ବଢ଼ିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।

Share