Categories: ଖେଳ

୧୬୫ ବଲ୍‌ରେ ମାରିଲେ ୪୦୭ ରନ୍‌; ଦିନିକିଆରେ ବିସ୍ଫୋରକ ବ୍ୟାଟିଂକୁ ନେଇ…

ଶିମୋଗା,୧୩।୧୧: ଅଣ୍ଡର-୧୬ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ ଲାଗି ଚର୍ଚ୍ଚାରେ ଣେ ଜଣେ ଯୁବ ଭାରତୀୟ କ୍ରିକେଟର। ସେ ହେଲେ ତନ୍ମୟ ମଞ୍ଜୁନାଥ। ତନ୍ମୟ ୫୦ ଓଭରର ଏକ ମ୍ୟାଚ୍‌ରେ ୧୬୫ ବଲ୍‌ରେ ୪୦୭ରନ୍‌ର ଇନିଂସ ଖେଳିଛନ୍ତି। ସେଥିରେ ୪୮ ଚୌକା ଏବଂ ୨୪ ଛକା ସେ ମାରିଥିଲେ। ଏପରି କରି ସେ ଇତିହାସ ରଚିଥିବା କୁହାଯାଉଛି। ଏହି ଇନିଂସକୁ ଦେଖି କ୍ରିକେଟ ପ୍ରଶଂସକ ତାଙ୍କର ଭୂରି ପ୍ରଶଂସା କରୁଛନ୍ତି।

କହିରଖୁଛୁ, ତନ୍ମୟ ସାଗର କ୍ରିକେଟ କ୍ଲବ ପାଇଁ ଖେଳନ୍ତି। ଶିମୋଗାରେ ୫୦-୫୦ ଓଭରର ଇଣ୍ଟର ଡିଷ୍ଟ୍ରିକ୍ଟ ଟୁର୍ନାମେଣ୍ଟ ଖେଳାଯାଉଛି। ଏହି ଟୁର୍ନାମେଣ୍ଟରେ ସେ ଭଦ୍ରାବତୀ ଏନ୍‌ଟିସିସି ଟିମ୍‌ ପାଇଁ ଖେଳି ୪୦୭ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଏଥିନେଇ ଦଳ ୫୦ ଓଭରରେ ୫୮୩ ରନ୍‌ର ସ୍କୋର କରିପାରିଥିଲା।

Share