କାର୍ତ୍ତିକ ପୂର୍ଣ୍ଣିମାରେ ଭାସିଲା ୧୬୦ ଫୁଟର ଡ଼ଙ୍ଗା

ସୋର,୧୫।୧୧: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ନୌବାଣିଜ୍ୟ ପରମ୍ପରାପକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ନଦୀ, ପୋଖରୀ, ମହୋଦଧିରେ ଡଙ୍ଗା ଭସାଇଛନ୍ତି।

ଠିକ୍‌ ସେହିପରି ବାଲେଶ୍ୱର ଜିଲା ସୋର ବ୍ଲକ ମାଣତ୍ରୀ ଗାଁରେ ଧୁମ୍‌ଧାମରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗାଁର ମଦନମୋହନ ଜୀଉ କମିଟି ପକ୍ଷରୁ ଗାଁ ପୋଖରୀରେ ୧୬୦ ଫୁଟ ଲମ୍ବର ଏକ ଡ଼ଙ୍ଗାକୁ ଭସା ଯାଇଛି । ଦୀର୍ଘ ୨୪ବର୍ଷ ହେଲା ଏହି ପରମ୍ପରାକୁ ବଜାୟ ରହିଥିବା କମିଟି ପକ୍ଷରୁ କୁହାଯାଇଛି।

 

ଡଙ୍ଗା ନିର୍ମାଣ କାର୍ଯ୍ୟ ଦିପାବଳୀ ଦିନଠାରୁ ଆରମ୍ଭ ହୋଇଥିଲା। ବାଉଁଶ ବତା, କାଠ ଏବଂ କପଡାରେ ଡଙ୍ଗାକୁ ସୁସଜ୍ଜିତ ଭାବେ ତିଆରି କରାଯାଇଥିଲା। ଚଳିତ ବର୍ଷ ଡଙ୍ଗାରେ କାଳିଆ ଦଳନ ମୁଖ୍ୟ ଆକର୍ଷଣ ହୋଇଛି। ଡଙ୍ଗାର ମୁଖ୍ୟ କାରିଗର ଉମେଶ ଚନ୍ଦ୍ର ସ୍ବାଇଁ ହୋଇଥିବା ବେଳେ ସୁଜିତ ପଣ୍ଡା, ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ଗ୍ରାମବାସୀଙ୍କ ଉଦ୍ୟମରେ ଓଡ଼ିଆ ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିବା ପ୍ରାୟସ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ଡଙ୍ଗା ଭସାଣ ଦେଖିବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଉତ୍ସାହ ସହକାରେ ଲୋକେ ଆ-କା-ମା-ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର ଗାଇ ପୁଷ୍କରିଣୀରେ ଡଙ୍ଗା ଭସାଇଥିଲେ। ଏନେଇ ଗାଁ ପରିବେଶ ଉତ୍ସବ ମୁଖର ହୋଇପଡିଛି।

Share