ଲୋକେ ଆଜିକାଲି ସୋସିଆଲ ମିଡିଆ ଜରିଆରେ ନିଜର କ୍ୟାରିୟର କରୁଛନ୍ତି। ସେମାନଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ମଧ୍ୟ ଅଛନ୍ତି। ନିଜ ଜୀବନ କାହାଣୀ, ପ୍ରତିଦିନର ଘଟଣାବଳୀ ବିଷୟରେ ଫଲୋଅର୍ସମାନଙ୍କୁ ଭିଡିଓ ମାଧ୍ୟମରେ କହିଥାନ୍ତି। ବର୍ତ୍ତମାନ ଚାଇନାର ଜଣେ ଯୁବତୀଙ୍କ ଭିଡିଓ ଏବେ ଚର୍ଚ୍ଚାରେ ରହିଛି।
ଜିଓ କ୍ୟୁମେଇ ନାମକ ୨୩ ବର୍ଷୀୟା ଯୁବତୀ କିଛିଦିନ ତଳେ ୧୬୦ ଫୁଟ ଉଚ୍ଚରେ ଏକ ଭିଡିଓ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ତାଙ୍କ ପାଦ ଖସିଯିବାରୁ ସେ ତଳକୁ ଖସିପଡ଼ିଥିଲେ। ସେ ଏହି ଭିଡିଓରେ ତାଙ୍କ ନିଜ ଜୀବନ କାହାଣୀ ଏବଂ କ୍ରେନ୍ ଅପରେଟିଂ ସମ୍ପର୍କିତ ଭିଡିଓ ପୋଷ୍ଟ କରିଥାନ୍ତି। ସେ ତାଙ୍କ ଫଲୋଅର୍ସମାନଙ୍କ ପାଇଁ ଭିଡିଓଗୁଡ଼ିକୁ ଶେୟାର କରିଥାନ୍ତି। ତାଙ୍କର ୧ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି।
ସେ ତାଙ୍କର ଶେଷ ଭିଡିଓ ଏକ କ୍ରେନ୍ କ୍ୟାବିନ୍ରେ ବସି ଶୁଟିଂ କରୁଥିଲେ। ହଠାତ୍ ତାଙ୍କ ହାତରୁ କ୍ୟାମେରା ଖସି ପଡ଼ିଲା। ପରେ ସେ ମଧ୍ୟ ଖସି ପଡ଼ିଥିଲେ। ସେ ତଳେ ପଡ଼ିବା ପରେ ବି ତାଙ୍କର ସବୁ ଭିଡିଓ ଶୁଟିଂ ହେଉଥିଲା। କାରଣ କ୍ୟାମେରା ସିନା ଖସି ପଡ଼ିଥିଲା ହେଲେ ମୋବାଇଲରେ ଯେଉଁ ରେକର୍ଡିଂ କରୁଥିଲେ ତାହା ତାଙ୍କ ହାତରେ ଥିଲା। ସେ କେମିତି ପଡ଼ିଲେ ତାହା ମୋବାଇଲରେ ରେକର୍ଡିଂ ହୋଇଯାଇଛି। ଦୁଃଖର କଥା ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ କହିଛନ୍ତି, ଏହା ଏକ ଦୁର୍ଘଟଣା। ତେବେ ଜିଓଙ୍କୁ ଅନ୍ତିମ ସଂସ୍କାର କରାଯାଇଛି।