ଡକାୟତଙ୍କ ଆକ୍ରମଣରେ ୧୬୦ ଜଣଙ୍କ ମୃତ୍ୟୁ

ଅବୁଜା,୨୬।୧୨: ନାଇଜେରିଆର ଉତ୍ତର-ମଧ୍ୟ ରାଜ୍ୟରେ ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୬୦ରେ ପହଞ୍ଚିଛି। ସୋମବାର ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ରବିବାର ଡକାୟତମାନେ ବିଭିନ୍ନ ସମ୍ପ୍ରଦାୟ ଉପରେ ଆକ୍ରମଣ କରିଥିଲେ।

ଅଧିକାରୀ କହିଛନ୍ତି ଯେ ଏହି ଆକ୍ରମଣ ପରଠାରୁ ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ବ୍ୟତୀତ ୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଏହାପୂର୍ବରୁ ସୋମବାର ସ୍ଥାନୀୟ ସରକାରୀ ଅଞ୍ଚଳର କାର୍ଯ୍ୟକାରୀ ସଭାପତି କାସାହ କହିଥିଲେ ଯେ ଶନିବାର ଏବଂ ରବିବାର ହୋଇଥିବା ଆକ୍ରମଣରେ ୧୧୩ଜଣଙ୍କର ମୃତ୍ୟୁ ଘଟିଛି। ସେ କହିଛନ୍ତି ଯେ ଏହି ଆକ୍ରମଣ ଡକାୟତଙ୍କ ଦ୍ୱାରା କରାଯାଇଥିଲା ଯେଉଁଥିରେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସେ କହିଛନ୍ତି ଯେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବାସ୍ତବରେ ଉତ୍ତର-ମଧ୍ୟ ରାଜ୍ୟରେ ପଶୁପାଳକ ଓ କୃଷକଙ୍କ ମଧ୍ୟରେ ସଂଘର୍ଷ ହେବାର ଖବର ରହିଛି। ମେ ମାସରୁ ଏଠାରେ ହିଂସା ଘଟଣା ବୃଦ୍ଧି ପାଇଛି। କୃଷକ-ପଶୁପାଳକଙ୍କ ଆକ୍ରମଣରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

Share