ପାଟନା,୧୬ ।୧୧: ବିହାର ବିଧାନସଭା ନିର୍ବାଚନ ସରିବା ପରେ ପାଖାପାଖି ୧୬୦ ଟନ୍ ବାୟୋମେଡିକାଲ ବର୍ଜ୍ୟବସ୍ତୁ ବାହାରିଥିବା ଜଣାପଡିଛି । କରୋନା ଭାଇରସ ଠାରୁ ଦୂରେଇ ରହିବାକୁ ମାସ୍କ, ସାନିଟାଇଜର, ଗ୍ଲୋଭସ୍ ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରାଯାଇଥିବାରୁ ଏଭଳି ବର୍ଜ୍ୟବସ୍ତୁ ବାହାରିଛି । ନିର୍ବାଚନରେ ନିୟୋଜିତ କର୍ମଚାରୀ ଓ ସୁରକ୍ଷାକର୍ମୀ କରୋନା ମହାମାରୀ ପାଇଁ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ । ନିର୍ବାଚନ କମିଶନ ଏଥିପାଇଁ ୧୮ ଲକ୍ଷ ମାସ୍କ, ଥରଟିଏ ବ୍ୟବହାର ହୋଇପାରୁଥିବା ପାଖାପାଖି ୫.୪ଲକ୍ଷ ଗ୍ଲୋଭସ୍ କ୍ରୟ, କରିଥିଲେ । ମତଦାତା ଇଭିଏମ୍ ବଟନ୍ ଦବାଇବା ପାଇଁ ଓ ରେଜିଷ୍ଟରରେ ସାଇନ୍ କରିବା ପାଇଁ ୭.୨୧ କୋଟି ଗ୍ଲୋଭସ୍ ବ୍ୟବହାର କରିଥିବା ଜଣାପଡିଛି । ଏଥିପାଇଁ ୨୯ ଲକ୍ଷ ସାନିଟାଇଜର ବୋତଲ ବି ବ୍ୟବହାର କରାଯାଇଥିଲା । ବିହାରର ମୁଖ୍ୟ ନିର୍ବାଚନ ଅଧିକାରି ଏଚଆର୍ ଶ୍ରୀନିବାସ କହିଛନ୍ତି, ବିହାର ନିର୍ବାଚନରେ ପାଖାପାଖି ୧୦୬ ଟନ ବର୍ଜ୍ୟବସ୍ତୁ ବହାରିଛି । ଏହାକୁ ନଷ୍ଟ କରିବାକୁ ବିଭିନ୍ନ ଏଜେନ୍ସିକୁ ଦାୟତ୍ୱ ଦିଆଯାଇଛି । ତେଣୁ ଏହି ବର୍ଜ୍ୟବସ୍ତୁକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ ।