Categories: ବାଣିଜ୍ୟ

୧୬ ଶହ କମ୍ପାନୀ ପାଇଛନ୍ତି ଚାଇନା ଏଫ୍‌ଡିଆଇ

ନୂଆଦିଲ୍ଲୀ,୧୬।୯: ଘରୋଇ ବଜାରର ପ୍ରାୟ ୧୬ରୁ ଊର୍ଦ୍ଧ୍ୱ କମ୍ପାନୀ ଚାଇନାର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ(ଏଫ୍‌ଡିଆଇ) ଲାଭ କରିଛନ୍ତି। ୨୦୧୬ ଏପ୍ରିଲରୁ ମାର୍ଚ୍ଚ ୨୦୨୦ ମଧ୍ୟରେ ଏହି କମ୍ପାନୀଗୁଡିକରେ ପ୍ରାୟ ୧ ବିଲିୟନ ଡଲାର ନିବେଶ ହୋଇଥିବା ସରକାରୀ ଡାଟାରୁ ଜଣାପଡିଛି। ପ୍ରାୟ ୪୬ କ୍ଷେତ୍ରରେ ଚାଇନା କମ୍ପାନୀଗୁଡିକ ଭାରତୀୟ ଷ୍ଟାର୍ଟ ଅପ୍‌ ଏବଂ ଅନ୍ୟ କମ୍ପାନୀଗୁଡ଼ିକରେ ନିବେଶ କରିଛନ୍ତି। ଅଟୋମୋବାଇଲ, ବୁକ୍‌ ପ୍ରିଣ୍ଟିଂ, ଇଲେକ୍‌ଟ୍ରୋନିକ୍ସ, ସର୍ଭିସ ଏବଂ ଇଲେକ୍ଟ୍ରିକାଲ ଯନ୍ତ୍ରାଂଶ ବର୍ଗରେ ପ୍ରାୟ ୧୦୦ ନିୟୁତ ଡଲାରରୁ ଊର୍ଦ୍ଧ୍ୱ ଚାଇନା ଏଫ୍‌ଡିଆଇ ଆସିଛି। ଦେଶର ଅଟୋମୋବାଇଲ ଶିଳ୍ପ ୧୭୨ ନିୟୁତ ଏବଂ ସେବା କ୍ଷେତ୍ର ୧୨୯ ନିୟୁତ ଡଲାର ନିବେଶ ଏହି ଦେଶରୁ ପାଇଛି। ଚାଇନା ଏଜେନ୍ସିଗୁଡିକ କେତେ ପରିମାଣର ନିବେଶ କରିଛନ୍ତି ସେ ସଂକ୍ରାନ୍ତ ଡାଟା କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ରଖିନାହିଁ ବୋଲି କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

Share