ପାଟଣା,୧୦।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକରେ ଉଚ୍ଚ ମାଧମିକ ପରିଷଦ କଟକ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଶୁକ୍ରବାର ଆରମ୍ଭ ହୋଇଯାଇଛି। ପାଟଣା ବ୍ଲକରେ ୧୧ଟି ପରୀକ୍ଷା କେନ୍ଦ୍ର ଓ ସାହାରପଡ଼ା ବ୍ଲକରେ ୯ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେଉଛି।
ପ୍ରଥମ ଦିନ ଏସ୍ଏ-୨ ପରୀକ୍ଷାରେ ମାତୃଭାଷା ପରୀକ୍ଷା ଶାନ୍ତିଶୃଙ୍ଖଳା ମଧ୍ୟରେ ହୋଇଛି। ପାଟଣା ବ୍ଲକରେ ମୋଟ ୧୫୪୪ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୭୩ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବ୍ଲକ ମୁଖ୍ୟାଳୟ ଜିଏନ ହାଇସ୍କୁଲ ନୋଡାଲ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ପ୍ରତାପ ଚନ୍ଦ୍ର ମହାନ୍ତ କହିଛନ୍ତି। ସେହିପରି ସାହାରପଡ଼ା ବ୍ଲକରେ ୧୩୬୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୮୮ଜଣ ଅନୁପସ୍ଥିତ ଥିବା ସାହାରପଡା ସରକାରୀ ଉଚ୍ଚ ବିଦ୍ୟାଳୟ ନୋଡାଲସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ସ୍ବର୍ଣ୍ଣଲତା ସାହୁ କହିଛନ୍ତି।