ଚତୁର୍ଥ ଦିନରେ ୧,୬୧୧ ନାମାଙ୍କନ

ଢେଙ୍କାନାଳ ଅଫିସ, ୨୧।୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରାର୍ଥତ୍ପତ୍ର ଦାଖଲର ୪ର୍ଥ ଦିନ ଗୁରୁବାର ଢେଙ୍କାନାଳ ଜିଲାର ୧,୬୧୧ ଆଶାୟୀ ନାମାଙ୍କନ ଦାଖଲ କରିଛନ୍ତି। ତନ୍ମଧ୍ୟରେ ୱାର୍ଡମେମ୍ବର ପଦବୀରେ ୧,୧୩୩, ସରପଞ୍ଚ ପଦବୀରେ ୨୨୪, ସମିତିସଭ୍ୟ ପଦବୀରେ ୨୩୬ ଏବଂ ଜିଲା ପରିଷଦ ପଦବୀ ଲାଗି ୧୮ ଜଣ ରହିଛନ୍ତି।
ଢେଙ୍କାନାଳ ସଦର ବ୍ଲକରେ ୱାର୍ଡମେମ୍ବର ପଦବୀରେ ୧୬୦, ସରପଞ୍ଚ ୩୬, ସମିତି ସଭ୍ୟ ୨୪, ଜିଲା ପରିଷଦ ପଦବୀରେ ଜଣେ ଆଶାୟୀ ନାମାଙ୍କନ ଭରିଛନ୍ତି। ସେହିପରି ଓଡ଼ାପଡ଼ା ବ୍ଲକର ୱାର୍ଡମେମ୍ବର ପଦବୀରେ ୧୪୩, ସରପଞ୍ଚ ପଦବୀରେ ୨୨, ସମିତି ସଭ୍ୟ ପଦବୀରେ ୩୦, ଗଁଦିଆ ବ୍ଲକର ୱାର୍ଡମେମ୍ବର ପଦବୀରେ ୧୫୯, ସରପଞ୍ଚ ପଦବୀରେ ୩୧, ସମିତିସଭ୍ୟ ପଦବୀରେ ୩୮, ଜିଲା ପରିଷଦ ପଦବୀରେ ୧, ହିନ୍ଦୋଳ ବ୍ଲକର ୱାର୍ଡମେମ୍ବର ପଦବୀରେ ୧୬୯, ସରପଞ୍ଚ ପଦବୀରେ ୪୩, ସମିତିସଭ୍ୟ ପଦବୀରେ ୫୦, ଜିଲା ପରିଷଦ ପଦବୀରେ ୧, କାମାକ୍ଷାନଗର ବ୍ଲକର ୱାର୍ଡମେମ୍ବର ପଦବୀରେ ୧୨୮, ସରପଞ୍ଚ ପଦବୀରେ ୨୦, ସମିତି ସଭ୍ୟ ପଦବୀରେ ୨୦, ଜିଲା ପରିଷଦ ପଦବୀରେ ୩, ଭୁବନ ବ୍ଲକର ୱାର୍ଡମେମ୍ବର ପଦବୀରେ ୧୨୩, ସରପଞ୍ଚ ପଦବୀରେ ୧୯, ସମିତିସଭ୍ୟ ପଦବୀରେ ୧୭, ପରଜଙ୍ଗ ବ୍ଲକର ୱାର୍ଡମେମ୍ବର ପଦବୀରେ ୧୫୦, ସରପଞ୍ଚ ପଦବୀରେ ୨୪, ସମିତିସଭ୍ୟ ପଦବୀରେ ୩୦, ଜିଲା ପରିଷଦ ପଦବୀରେ ୬ ଜଣ ନାମାଙ୍କନ ଦାଖଲ କରିଛନ୍ତି। ଅନୁରୂପ ଭାବେ କଙ୍କଡ଼ାହାଡ଼ ବ୍ଲକର ୱାର୍ଡମେମ୍ବର ପଦବୀରେ ୧୦୧, ସରପଞ୍ଚ ପଦବୀରେ ୨୯, ସମିତିସଭ୍ୟ ପଦବୀରେ ୨୭, ଜିଲା ପରିଷଦ ପଦବୀରେ ୬ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share