କୋଭିଡ ନେଇଛି ୩୧୩ ଡାକ୍ତର, ନର୍ସ, ଆଶାକର୍ମୀଙ୍କ ଜୀବନ

ନୂଆଦିଲ୍ଲୀ,୨ ।୨: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଏଥିରେ କୋଟି କୋଟି ଲୋକ ସଂକ୍ରମିତ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବି ଯାଇଛି । ଦେଶରେ ଜାନୁୟାରୀ ୨୨ ସୁଦ୍ଧା ୧୬୨ ଜଣ ଡାକ୍ତର, ୧୦୭ ନର୍ସ ଓ ୪୪ ଜଣ ଅଶାକର୍ମୀଙ୍କ ଜୀବନ ଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲିଖିତ ଭାବେ ଜଣାଇଛି । ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଦେଶରେ ମୋଟ ୧,୦୭,୬୬,୨୪୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧,୦୪,୪୮,୪୦୬ ଜଣ ସୁସ୍ଥ ହୋଇଛନ୍ତି ଓ ୧,୫୪,୪୮୬ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ୧,୬୩,୩୫୩ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୩୯,୫୦,୧୫୬ଜଣ ଟିକା ନେଇ ସାରିଲେଣି । ଏବେବି ମହାରାଷ୍ଟ୍ର ଓ କେରଳରେ ସ୍ଥିତି ଅଣାୟତ୍ତ ରହିଛି ।

Share