Categories: ଫୁରସତ

୧,୬୩୯ କୋଟିର ଘର

ବର୍ନ: ସୁଇଜରଲାଣ୍ଡରେ ବିଶ୍ୱର ସବୁଠୁ ଦାମୀ ଘର ୨୦୦ ନିୟୁତ ଡଲାର (ପାଖାପାଖି ୧,୬୩୯ କୋଟି)ରେ କିଣି ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ବଂଶୋଦ୍ଭବ ପଙ୍କଜ ଓସ୍ବାଲ ଏବଂ ସ୍ତ୍ରୀ ରାଧିକା ଓସ୍ବାଲ। ୪୩୦,୦୦୦ ସ୍କୋୟାର୍‌ ଫୁଟ୍‌ର ଏହି ଘରକୁ ପୂର୍ବରୁ ଗ୍ରୀସ୍‌ ବ୍ୟବସାୟୀ ଆରିଷ୍ଟଟଲ୍‌ ଓନାସିସ୍‌ଙ୍କ ଝିଅ କ୍ରିଷ୍ଟିନା ଓନାସିସ୍‌ କିଣିଥିଲେ। ଓସ୍ବାଲ ଗ୍ରୁପ୍‌ ଗ୍ଲୋବାଲ ନଁାରେ ପଙ୍କଜଙ୍କର ଏକ କମ୍ପାନୀ ରହିଛି। ପଙ୍କଜ ପେଟ୍ରୋକେମିକାଲ୍ସ, ରିୟଲ ଇଷ୍ଟେଟ୍‌, ଫର୍ଟିଲାଇଜର୍ସ ଏବଂ ଖଣି କାରବାର କରନ୍ତି। ବିଶ୍ୱର ଏହି ସବୁଠୁ ଦାମୀ ଘରର ଇଣ୍ଟେରିୟର ବଦଳାଯିବ, ଯାହାପାଇଁ ପଙ୍କଜ ଡିଜାନର ଜିଓଫ୍‌ରି ଓ୍ବିଲକରଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ୨୦୧୩ରେ ଅଷ୍ଟ୍ରେଲିଆରୁ ଓସ୍ବାଲଙ୍କ ପରିବାର ସୁଇଜରଲାଣ୍ଡ ଆସିଥିଲା। ବଡ଼ ଝିଅ ବସୁନ୍ଧରା ଓସ୍ବାଲ (୨୪) କମ୍ପାନୀର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିବାବେଳେ ସାନ ଝିଅ ରିଧି ଓସ୍ବାଲ (୧୯) କେମିକାଲ ଇଞ୍ଜିନିୟରିଂ ଛାତ୍ରୀ।

Share