ସପ୍ତାହରେ ଗଲାଣି ୧୬୪ ଜୀବନ

ଅଲମାଟି,୯।୧: ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଜାଖସ୍ତାନରେ ସୃଷ୍ଟି ହୋଇଥିବା ହିଂସା ଥମିବାର ନାଁ ନେଉ ନାହିଁ। ସପ୍ତାହକ ମଧ୍ୟରେ ଅତିକମ୍‌ରେ ୧୬୪ ଜଣଙ୍କ ମୃତ୍ୟୁ ହୋଇଛି। ଦେଶର ସବୁଠୁ ବଡ଼ ସହରରେ ଅଲମାଟିରେ ସର୍ବାଧିକ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଗତ ସପ୍ତାହରେ ରନ୍ଧନ ଗ୍ୟାସ ଦର ବଢ଼ିବା ପରଠାରୁ ଜନସାଧାରଣ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି। ସେମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଟାର୍ଗେଟ କରୁଥିବା ବେଳେ ହିଂସା ରୋକିବା ଲାଗି ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବଳ ମୁତୟନ କରାଯାଇଛି। ହିଂସାକୁ ରୋକିବା ଲାଗି ଶୁକ୍ରବାର କଜାଖସ୍ତାନ ରାଷ୍ଟ୍ରପତି କାସିମ ଜୋମାର୍ଟ ଟୋକାୟେଭ ସୁରକ୍ଷା ବଳକୁ ହିଂସା ଘଟାଉଥିବା ଲୋକଙ୍କ ଉପରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Share