କାର୍‌ରୁ ମିଳିଲା ୧୬୬ କେଜି ରୁପା

ସମ୍ବଲପୁର,୧୬।୧୦(ପ୍ରମୋଦ ବହିଦାର): ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ମିଳିଛି ବିପୁଳ ପରିମାଣର ରୁପା ସାମଗ୍ରୀ। ମଙ୍ଗଳବାର ସକାଳେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍‌ ୱେ(ରାଜ୍ୟ ରାଜପଥ-୧୦)ର ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଝୁରିପଡ଼ା ଗ୍ରାମ ନିକଟରେ। ଏକ କାରର ସିକ୍ରେଟ ଚ୍ୟାମ୍ବରରୁ ଜବତ ହୋଇଛି ରୁପା ସାମଗ୍ରୀ। ଏଠାରେ ଅବକାରୀ ବିଭାଗ ପକ୍ଷରୁ ସମ୍ବଲପୁର ସିଟି ଜିଏସ୍‌ଟି ବିଭାଗକୁ ଖବର ଦିଆଯାଇଥିଲା। ଜିଏସ୍‌ଟି ପ୍ରବର୍ତ୍ତନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ୧୬୬.୪୬୦ କେଜି ରୁପା ସାମଗ୍ରୀ ଜବତ କରିଛନ୍ତି। ସେଥିରେ ରୁପାର ପାଉଁଜି, ଝୁମକା, ମୂର୍ତ୍ତି, ଗ୍ଲାସ ଆଦି ରହିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୭୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି। ଜବତ ରୁପା ସାମଗ୍ରୀ ମହାରାଷ୍ଟ୍ରରୁ ଝାଡ଼ଖଣ୍ଡର ରାଞ୍ଚତ୍କୁ ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ କାର୍‌ରେ ଥିବା ୩ ଜଣଙ୍କୁ ଅଟକ ରଖି ଜିଏସ୍‌ଟି ପ୍ରବର୍ତ୍ତନ ବିଭାଗ ଅଧିକାରୀମାନେ ପଚରାଉଚରା କରୁଛନ୍ତି।
ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ପ୍ରତିଦିନ ଭଳି ଅବକାରୀ ବିଭାଗ ପକ୍ଷରୁ ରେଙ୍ଗାଲି ଥାନା ଅନ୍ତର୍ଗତ ଝୁରିପଡ଼ା ନିକଟରେ ନିୟମିତ ପ୍ରକ୍ରିୟାରେ ଗାଡ଼ିଗୁଡ଼ିକର ଯାଞ୍ଚ କରାଯାଉଥିଲା। ଏହି ସମୟରେ ସେହିବାଟ ଦେଇ ମହାରାଷ୍ଟ୍ର ରାଜ୍ୟ ନମ୍ବର ଥିବା ଏକ କାର(ଏମ୍‌ଏଚ୍‌-୧୪-ଏଚ୍‌-୧୬୯୩)କୁ ଅବକାରୀ ବିଭାଗ କର୍ମଚାରୀମାନେ ଅଟକାଇଥିଲେ। ଯାଞ୍ଚ ବେଳେ କାରର ସିଟ୍‌ତଳେ ସ୍ବତନ୍ତ୍ର ଭାବେ ନିର୍ମିତ ସିକ୍ରେଟ୍‌ ଚ୍ୟାମ୍ବରରେ ବ୍ୟାପକ ପରିମାଣର ରୁପା ସାମଗ୍ରୀ ଥିବା ଦେଖିବାକୁ ପାଇଥିଲେ। ଯାଞ୍ଚକାରୀ ଦଳଠାରୁ ଖବର ପାଇ ସମ୍ବଲପୁର ସିଟି ଜିଏସ୍‌ଟି ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚତ୍ ରୁପା ସାମଗ୍ରୀର କାଗଜପତ୍ର ଯାଞ୍ଚ କରିଥିଲେ। ମାନୁଆଲ କାଗଜପତ୍ର ଓ ରୁପା ସାମଗ୍ରୀ କାରର ସିକ୍ରେଟ୍‌ ଚ୍ୟାମ୍ବରରେ ଲୁକ୍କାୟିତ ଭାବେ ରଖାଯାଇଥିବା ନେଇ ସନ୍ଦେହ ହେବାରୁ ଜିଏସ୍‌ଟି ପ୍ରବର୍ତ୍ତନ ବିଭାଗ ରୁପା ସାମଗ୍ରୀକୁ ଜବତ କରିଛି। ଜବତ ରୁପା ସାମଗ୍ରୀକୁ ସମ୍ବଲପୁର ଟ୍ରେଜେରିରେ ଜମା ଦିଆଯିବ। ତେବେ ଜବତ ସାମଗ୍ରୀର ବୈଧତା ଯାଞ୍ଚ ପରେ କୌଣସି ଅନିୟମିତତା ପ୍ରମାଣିତ ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଟି ଜିଏସ୍‌ଟି ଡେପୁଟି କମିଶନର ଟେକଚାନ୍ଦ ମେହେର କହିଛନ୍ତି। ତେବେ ମାନୁଆଲ କାଗଜପତ୍ର ମିଳିଥିବା ସତ୍ତ୍ୱେ ଏତେ ପରିମାଣର ରୁପାକୁ କିଏ କାହା ନିକଟକୁ ଓ କାହିଁକି ପ୍ରେରଣ କରୁଥିଲା ସେ ସମ୍ପର୍କରେ ଜିଏସ୍‌ଟି ପକ୍ଷରୁ କିଛି କୁହାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ୫୮ ୟୁନିଟ୍‌ ରକ୍ତ ସଂଗ୍ରହ କଲେ ଦଳୀୟ କର୍ମୀ

ଦାରିଙ୍ଗବାଡ଼ି,୧୬ା୧୦(ଅରୁଣ ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଦାରିଙ୍ଗବାଡ଼ି ବିଜେଡି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନଙ୍କ...

୫ ବର୍ଷର ସାବତ ପୁଅକୁ କୂଅରେ ପକାଇ ହତ୍ୟା କଲା ମା’

ସୁନ୍ଦରଗଡ଼,୧୬ା୧୦: ୫ ବର୍ଷର ସାବତ ପୁଅକୁ କୂଅରେ ପକାଇ ହତ୍ୟା କରିଛି ମା’। ଏଭଳି ଅମାନବୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲାର ଲାଠିକଟା ଅଞ୍ଚଳରେ। ଏକ...

ମାଁ ପଁରାପାଟ ଦେବୀଙ୍କ ପାର୍ବଣ ମହୋତ୍ସବ: ଯୁଗାରଯାତ୍ରାରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ

ବରଗଡ଼,୧୬ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରାହଗୋଡାସ୍ଥିତ ମାଁ ପଁରାପାଟ ମନ୍ଦିରରେ ପାର୍ବଣ ମହୋତ୍ସବ ଚାଲିଛି। ଏହି କ୍ରମରେ ବୁଧବାର ଯୁଗାରଯାତ୍ରା ହୋଇଥିଲା। ବରାହଗୋଡ଼ା, ଆମସଢ଼ା,...

୫ କୋଟି ଟଙ୍କା ଆତ୍ମସାତ୍‌ କରି ଗିରଫ ହେଲେ ପିଇଓ, ବିଭିନ୍ନ ଯୋଜନାର ଟଙ୍କାକୁ…

ବଲାଙ୍ଗୀର,୧୬ା୧୦(ସୁନୀଲ କୁମାର ମହାନ୍ତି): ପ୍ରାୟ ୫ କୋଟି ଟଙ୍କା ହେର୍‌ଫେର ଅଭିଯୋଗରେ ଭରସୁଜା ଓ ଆଗଲପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜକିଶୋର ପୋଢ଼ ଗିରଫ ହୋଇଥିବା...

ଏମ୍‌ପିଙ୍କ ପୋଷ୍ଟର ଚିରିଦେଲେ ଦୁର୍ବୃତ୍ତ, ସିସିଟିଭି ଦେଖି…

ବାଲିଗୁଡ଼ା,୧୬ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନରେ କନ୍ଧମାଳ ଏମ୍‌ପିଙ୍କ ଏକ ଶୁଭେଚ୍ଛା ବାର୍ତ୍ତା ପୋଷ୍ଟରକୁ କୌଣସି ଦୁର୍ବୃତ୍ତମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଚିରି...

କଟକ ବାଲିଯାତ୍ରାରେ ଏଥର ବଲିଉଡ୍‌ ନାଇଟ୍‌, ଆକର୍ଷଣ ପାଲଟିବେ ଏହି ବଡ଼ ଷ୍ଟାର୍‌

କଟକ,୧୬ା୧୦: ଏଥର କଟକ ବାଲିଯାତ୍ରାରେ ହେବ ବଲିଉଡ୍‌ ନାଇଟ୍‌ ଶୋ’ । ଏନେଇ କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସୂଚନା ଦେଇଛନ୍ତି। ବାଲିଯାତ୍ରାକୁ ବଲିଉଡ୍‌ ଗାୟକ...

ପୁରୀ ସହରକୁ ଜଗିବ ସିସିଟିଭି

ପୁରୀ,୧୬ା୧୦: ପୁରୀ ପାଇଁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ସିସିଟିଭି ଯୋଜନା। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସମସ୍ତ ପ୍ରବେଶ ପଥରେ ସିସିଟିଭି ଲାଗିବ। ଏନେଇ ରାଜ୍ୟ ସରକାରଙ୍କୁ...

ଗାଁରେ ଚାଲୁଥିଲା ଯାତ୍ରା: ହଠାତ୍‌ ୨ ଯୁବକଙ୍କୁ ବାନ୍ଧି ନିର୍ଧୁମ ଛେଚିଲେ ଗ୍ରାମବାସୀ

ବାଲେଶ୍ୱର,୧୬।୧୦: ଚୋରି କରି ନିର୍ଧୁମ ଛେଚା ଖାଇଲେ ୨ ଯୁବକ। ବିଦ୍ୟୁତ ଖୁଣ୍ଟରେ ବାନ୍ଧି ବାଡେଇଲେ ଗ୍ରାମବାସୀ। ଏଭଳି  ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri