୮ ରାଜ୍ୟକୁ ଗଲା ୧୬୭୬ ମେଟ୍ରିକ ଟନ୍‌ ଅକ୍ସିଜେନ୍‌

ଭୁବନେଶ୍ୱର, ୨୮ା୪(ବ୍ୟୁରୋ): ସାମ୍ପ୍ରତିକ କୋଭିଡ୍‌ ସ୍ଥିତିରେ ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି। ଏଭଳି ସଙ୍କଟ ସମୟରେ ଓଡ଼ିିଶା ସହଯୋଗର ହାତ ବଢାଇଛି। ଅଭାବ ଦେଖାଦେଇଥିବା ରାଜ୍ୟଗୁଡ଼ିକରେ ତୁରନ୍ତ ନିରାପଦରେ ଅକ୍ସିଜେନ୍‌ ପହଞ୍ଚାଉଛି ଓଡ଼ିଶା। ଗତ ୫ଦିନରେ ୮ ରାଜ୍ୟକୁ ୯୦ଟି ଟ୍ୟାଙ୍କରରେ ୧୬୭୫.୭ ମେଟ୍ରିକ ଟନ୍‌ ଅକ୍ସିଜେନ୍‌ ପଠାଯାଇଛି। ପ୍ରତି ଅକ୍ସିଜେନ୍‌ ଟ୍ୟାଙ୍କରକୁ ସ୍ବତନ୍ତ୍ର କରିଡରରେ ଓଡ଼ିଶା ପୋଲିସ ଏସ୍‌କର୍ଟ କରି ନେଉଥିବା କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।
ତେଲଙ୍ଗାନାକୁ ୧୯ ଟ୍ୟାଙ୍କରରେ ୩୨୪.୦୭୯ ମେଟ୍ରିକ ଟନ୍‌ ଏବଂ ଆନ୍ଧ୍ରପ୍ରଦେଶକୁ ୩୦ଟି ଟ୍ୟାଙ୍କରରେ ୬୪୪.୭୨ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ପଠାଯାଇଛି। ତାମିଲନାଡୁକୁ ଗୋଟିଏ ଟ୍ୟାଙ୍କରରେ ୧୫.୯୮ ମେଟ୍ରିକ ଟନ୍‌, ହରିୟାଣାକୁ ୮ ଟ୍ୟାଙ୍କରରେ ୧୮୭. ୫୧ ମେଟ୍ରିକ ଟନ୍‌, ମହାରାଷ୍ଟ୍ରକୁ ୬ଟି ଟ୍ୟାଙ୍କରରେ ୧୧୨.୬ ମେଟ୍ରିକ ଟନ୍‌ ଅକ୍ସିଜେନ୍‌ ପଠାଯାଇଛି। ସେହିପରି ମଧ୍ୟପ୍ରଦେଶକୁ ୧୫ ଟ୍ୟାଙ୍କରରେ ୨୧୫. ୮୨ ମେଟ୍ରିକ ଟନ୍‌, ଛତିଶଗଡ଼କୁ ୪ ଟ୍ୟାଙ୍କରରେ ୬୧.୪୪ ଏବଂ ଉତ୍ତରପ୍ରଦେଶକୁ ୭ଟି ଟ୍ୟାଙ୍କରରେ ୧୧୪.୧୭ ମେଟ୍ରିକ ଟନ୍‌ ଅକ୍ସିଜେନ୍‌ ପଠାଯାଇଛି। ଏସବୁ ଅକ୍ସିଜେନ୍‌ ଟ୍ୟାଙ୍କର ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ ରାଉରକେଲାରୁ ଯାଇଛି।
ଅନୁଗୋଳ ଜିଲାରୁ ମୋଟ ୧୬ ଟ୍ୟାଙ୍କରରେ ୨୩୩.୮୨ ମେଟ୍ରିକ୍‌ ଟନ୍‌, ଢେଙ୍କାନାଳରୁ ୧୨ ଟ୍ୟାଙ୍କରରେ ୧୯୯.୬୬ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ପଠାଯାଇଛି। ସେହିପରି ଯାଜପୁରରୁ ୨୫ ଟ୍ୟାଙ୍କରରେ ୫୩୯.୯୨ ମେଟ୍ରିକ୍‌ ଟନ୍‌, ରାଉରକେଲାରୁ ୩୭ ଟ୍ୟାଙ୍କରରେ ୭୦୨.୩୮୧ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ପଠାଯାଇଛି।

Share