ପାଟନାରେ ୧୬୮ ଡାକ୍ତର ଓ ମେଡିକାଲ ଛାତ୍ର କରୋନା ପଜିଟିଭ

ପାଟନା,୪ ।୧: ସାରା ବିଶ୍ୱରେ ପୁଣିଥରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଭାରତରେ ବି ଏହି ସଂକ୍ରମଣ ଭିନ୍ନ ଭିନ୍ନ ରୂପରେ ତାଣ୍ଡବ ରଚିବା ଆରମ୍ଭ କରି ଦେଇଛି । ରାଜଧାନୀ ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂକ୍ରମଣ ସର୍ବାଧିକ ଥିବା ବେଳେ ବିହାରର ସ୍ଥିତି ବି ଖରାପ ରହିଛି । ବିହାର ପାଟନା ସ୍ଥିତ ନାଳନ୍ଦା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଲଗାତାର ଭାବେ ଡାକ୍ତରମାନେ କରୋନାରେ ସଂକ୍ରମିତ ହେଉଥିବା ଖବର ଆସିଛି । ସୋମବାର ଏଠାରୁ ୧୩୩ ଡାକ୍ତର ଓ ମେଡିକାଲ ଛାତ୍ରଙ୍କ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ୭୨ ଜଣ ପଜିଟିଭ ଥିବା ଜଣାପଡିଛି । ଏହାପୂର୍ବରୁ ରବିବାର ୯୬ ଡାକ୍ତର ଓ ମେଡିକାଲ ଛାତ୍ର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏବେ ପାଟନା ଏନ୍‌ଏମ୍‌ସିଏଚ୍‌ରେ ୧୬୮ ଡାକ୍ତର ଓ ମେଡିକାଲ ଛାତ୍ର କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଏହାକୁ ଦେଖିବା ପରେ ସାଧାରଣ ଜନତା ଭୟଭୀତ ହୋଇଯାଇଛନ୍ତି । ଏମାନଙ୍କ ମଧ୍ୟରେ ଡାକ୍ତରଙ୍କ ଅପେକ୍ଷା ଛାତ୍ରଙ୍କ ସଂଖ୍ୟା ଅଧିକ ରହିଛି ।

Share