Categories: ବାଣିଜ୍ୟ

ଟାଟା ଷ୍ଟିଲ୍‌ର ୧୧୬ତମ ବାର୍ଷିକ ସାଧାରଣ ବୈଠକ

ଭୁବନେଶ୍ୱର,୬।୭: ଟାଟା ଷ୍ଟିଲ୍‌ର ୧୧୬ ତମ ବାର୍ଷିକ ସାଧାରଣ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ୍‌ର ଅଧ୍ୟକ୍ଷ ଏନ୍‌.ଚନ୍ଦ୍ରଶେଖରନ୍‌ ଅଂଶଧନକାରୀମାନଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ଅଭିଭାଷଣ ଏବଂ କମ୍ପାନିର ଆର୍ଥିକ ପ୍ରଦର୍ଶନ ଓ ଭବିଷ୍ୟତ ଯୋଜନା ବିଷୟରେ ଚନ୍ଦ୍ରଶେଖରନ୍‌ ବିସ୍ତୃତ ଆଲୋକପାତ କରିଛନ୍ତି। ଏପରିକି ଏକ ସରଳ ଗଭର୍ନାସ ଢାଞ୍ଚା ଉପରେ କମ୍ପାନି ଗୁରୁତ୍ୱାରୋପ କରୁଛି। ଭାରତରେ ଉଭୟ ପୁଞ୍ଜି ସମ୍ପ୍ରସାରଣ ଓ ଅଧିଗ୍ରହଣ ଜରିଆରେ କମ୍ପାନି ତା’ର ବ୍ୟବସାୟକୁ ବଢ଼ାଇବା ଜାରି ରଖିବ ଏବଂ ୨୦୩୦ସୁଦ୍ଧା ଭାରତର କ୍ଷମତାକୁ ୪୦ନିୟୁତ ଟନ୍‌ରେ ପହଞ୍ଚାଇବା ଲକ୍ଷ୍ୟ ହାସଲ କରିବାକୁ କଂପାନି ଉଦ୍ୟମ କରିବ ବୋଲି ଚନ୍ଦ୍ରଶେଖରନ ମତପ୍ରକାଶ କରିଛନ୍ତି। ଯେଉଁଥିରେ କମ୍ପାନିର ବ୍ୟବସାୟ ଓ ମୂଲ୍ୟ ଶୃଙ୍ଖଳା ଡିକାର୍ବନାଇଜେସନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଭବିଷ୍ୟତରେ ଟାଟା ଷ୍ଟିଲ୍‌ ପାଇଁ ବିପୁଳ ସୁଯୋଗ ରହିଛି ଏବଂ ତାର ଲାଭ ହାସଲ କରିବା ଲାଗି କଂପାନି ବହୁତ ଭଲ ସ୍ଥିତିରେ ରହିଛି। ଆମର ଯାତ୍ରା ଜାରି ରହିଥିବା ବେଳେ ପରିଚାଳନା ଟିମ୍‌ ଗ୍ରାହକ କୈନ୍ଦ୍ରୀକତା, ପ୍ରଯୁକ୍ତି, ଡିଜିଟାଲ୍‌ ଓ ଦୀର୍ଘସ୍ଥାୟୀ ଅଭିଯାନ ଉପରେ ଗୁରୁତ୍ୱ ପ୍ରଦାନ କରି ବିଶ୍ୱ ଇସ୍ପାତ ଶିଳ୍ପରେ କଂପାନିର ପ୍ରତିଦ୍ୱନ୍ଦ୍ୱିତା ସ୍ଥିତିରେ ଉନ୍ନତି ଆଣୁଛନ୍ତି।
ଅପରପକ୍ଷରେ କମ୍ପାନୀର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଅଧୀନରେ କମ୍ପାନି ୨୦୨୨-୨୩ ରେ ୪୮୧ କୋଟି ଟଙ୍କା ବ୍ୟୟ କରିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଟାଟା ଷ୍ଟିଲ୍‌ର ରାଜସ୍ବ ୧,୨୯,୦୦୭ କୋଟି ଟଙ୍କା ରହିଥିବା ବେଳେ ଟିକସ ପରବର୍ତ୍ତୀ ଲାଭ ୧୫,୪୯୫ କୋଟି ଟଙ୍କା ରହିଛି। ବ୍ରିଟେନ କାରଖାନାର ୬ ବିଲିଅନ ବ୍ରିଟିଶ ପାଉଣ୍ଡ ଷ୍ଟିଲ ପେନ୍‌ସନ୍‌ ସ୍କିମ୍‌ର ସମ୍ପୂର୍ଣ୍ଣ ବୀମା କରିବାରେ କମ୍ପାନି ସଫଳ ହୋଇଛି। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ଆର୍ଥିକ ବର୍ଷ ପାଇଁ କମ୍ପାନି ପକ୍ଷରୁ ଇକ୍ୱିଟି ସେୟାର ପିଛା ୩ ଟଙ୍କା ୬୦ ପଇସାର ଲାଭାଂଶ ଘୋଷଣା କରାଯାଇଛି।

Share