Categories: ଖେଳ

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭ ହେଲା ମହାମୁକାବିଲା

ଅହମଦାବାଦ,୩୧।୩: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଆଇପିଏଲ୍‌ର ୧୬ତମ ସଂସ୍କରଣ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରସିଦ୍ଧ ଗାୟକ ଅରିଜିତ ସିଂ ଗୀତ ଗାଇ ଦର୍ଶକଙ୍କ ମନ ମୋହିଛନ୍ତି। ଏପରିକି ଅରିଜିତ ପିଆନୋ ବଜାଇ ସଂଗୀତ ପରିବେଷଣ କରିଥିଲେ । ସେହିପରି ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ରଶ୍ମିକା ମନ୍ଦାନା ନୃତ୍ୟ ପରିବେଷଣ କରିଥିଲେ। ରଶ୍ମିକା ନାଟୁ-ନାଟୁ ଗୀତରେ ନାଚିଥିଲେ। କାର୍ଯ୍ୟକ୍ରମ ଶେଷରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବଂ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଞ୍ଚକୁ ନିମନ୍ତ୍ରଣ କରାଯାଇଥିଲା। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିସିସିଆଇ ସଚିବ ଜୟ ଶାହାଙ୍କ ସମେତ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Share