Categories: ବାଣିଜ୍ୟ

ସେପ୍ଟେମ୍ବରରେ ୧୭.୨୧ ଲକ୍ଷ ନୂତନ ସଦସ୍ୟ

ଭୁବନେଶ୍ୱର,୨୧ା୧୧ :ଦେଶର ଜଣାଶୁଣା ତଥା ଲୋକପ୍ରିୟ ଅନୁଷ୍ଠାନ କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫଓ) ରେ ଚଳିତ ବର୍ଷ ସେପ୍ଟେମ୍ବରରେ ମୋଟ ୧୭.୨୧ ଲକ୍ଷ ନୂତନ ସଦସ୍ୟ ସାମିଲ ହୋଇଛନ୍ତି। ଏପରିକି ସୋମବାର ପ୍ରକାଶିତ ବେତନ ତଥ୍ୟ ଅନୁଯାୟୀ ଇପିଏଫଓ ୨୦୨୩ ସେପ୍ଟେମ୍ବରରେ ୧୭.୨୧ ଲକ୍ଷ ସଦସ୍ୟଙ୍କ ନେଟ୍‌ ଯୋଗ ରେକର୍ଡ କରିଛି। ବିଶେଷକରି ଶ୍ରମ ମନ୍ତ୍ରଣାଳୟର ବିବୃତିରେ କୁହାଯାଇଛି, ବେତନ ତଥ୍ୟର ମାସ-ମାସ ତୁଳନାରେ ୨୦୨୩ ଅଗଷ୍ଟ ତୁଳନାରେ ମୋଟ ୨୧,୪୭୫ ନେଟ୍‌ ସଦସ୍ୟଙ୍କ ବୃଦ୍ଧି ଘଟିଥିବାବେଳେ ବେତନ ତଥ୍ୟର ବର୍ଷ-ବର୍ଷ ତୁଳନାରେ ୨୦୨୨ ସେପ୍ଟେମ୍ବର ତୁଳନାରେ ମୋଟ ୩୮,୨୬୨ ନେଟ୍‌ ସଦସ୍ୟଙ୍କ ବୃଦ୍ଧି ପ୍ରତିଫଳିତ ହୋଇଛି। ସେହିଭଳି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ୨୦୨୩ ସେପ୍ଟେମ୍ବରରେ ପ୍ରାୟ ୮.୯୨ ଲକ୍ଷ ନୂତନ ସଦସ୍ୟ ସଙ୍ଗଠନରେ ଯୋଗ ଦେଇଥିଲାବେଳେ ୧୮ରୁ ୨୫ ବର୍ଷର ବୟସ ମଧ୍ୟରେ ନୂତନଭାବେ ଯୋଡି ହୋଇଥିବା ମୋଟ ସଦସ୍ୟଙ୍କ ସଂଖ୍ୟା ୫୮.୯୨% ରହିଛି।

Share