ଭୁବନେଶ୍ୱର,୩ା୧: ସାରା ବିଶ୍ୱରେ ଲୋକପ୍ରିୟ ସୋସିଆଲ ମିଡିଆ ଆପ୍ ‘ହ୍ବାଟ୍ସଆପ୍’ ବିଭିନ୍ନ କାରଣ ପାଇଁ ଅନେକ ଆକାଉଣ୍ଟକୁ ବନ୍ଦ କରିଦେଇଛି। ପ୍ଲାଟଫର୍ମର ସୁରକ୍ଷା ମାନଦଣ୍ଡକୁ ଦୃଷ୍ଟିରେ ରଖି କମ୍ପାନୀ ଏଭଳି ପଦକ୍ଷେପ ନେଇଛି ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ୨୦୨୧ନଭେମ୍ବରରେ ୧୭.୫ ଲକ୍ଷରୁ ଅଧିକ ଭାରତୀୟଙ୍କ ହ୍ବାଟ୍ସଆପ୍ ଆକାଉଣ୍ଟକୁ କମ୍ପାନୀ ବନ୍ଦ କରିଦେଇଛି।