ଥମୁନି ମୃତ୍ୟୁସଂଖ୍ୟା: ପୁଣି କରୋନା ନେଲା ୧୭ ଜୀବନ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୧୭ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୩୨ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୭ ମୃତକଙ୍କ ମଧ୍ୟରୁ ଅନୁଗୋଳ ଏବଂ ଖୋର୍ଦ୍ଧାରେ ସର୍ବାଧିକ ୩ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି। କଳାହାଣ୍ଡି, ନୂଆପଡା ଓ ସୁନ୍ଦରଗଡ ଜିଲାରୁ ୨ ଜଣ ଲେଖାଏ ପ୍ରାଣ ହରାଇଛନ୍ତି। ଢେଙ୍ଗାନାଳ, ଗଞ୍ଜାମ, ବାଲେଶ୍ୱର, ବୌଦ୍ଧ ଓ ପୁରୀ ଜିଲାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Share