ନିର୍ବାଚନ ପୂର୍ବରୁ ରାଜ୍ୟରେ ୧୭ କୋଟି ୧୮ ଲକ୍ଷ ନଗଦ ଟଙ୍କା ଜବତ: ଏହି ଜିଲାରୁ ଧରାପଡିଲା ସର୍ବାଧିକ

ଭୁବନେଶ୍ୱର,୧୮।୫: ନିର୍ବାଚନ ପୂର୍ବରୁ ରାଜ୍ୟରେ ୧୭ କୋଟି ୧୮ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି। ଶନିବାର ପ୍ରେସମିଟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳଙ୍କ ଏନେଇ ସୂଚନା ଦେଇଛନ୍ତି। ନଗଦ ଟଙ୍କା ସହ
୩୧ ଲକ୍ଷ ଲିଟର ମଦ, ୭୩ କୋଟିର ବ୍ରାଉନସୁଗାର ଓ ଗଂଜେଇ ଜବତ ହୋଇଛି।
୧୪ କୋଟି ୩୫ ଲକ୍ଷର କେବଳ ସୁନା ଗହଣା ଜବତ ହୋଇଛି। ମୋଟ ଜବତ ଜିନିଷର ମୂଲ୍ୟ ୨୫୪ କୋଟି ବୋଲି ସିଇଓଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସବୁଠୁ ଅଧିକ ବରଗଡ଼ରୁ ୧ କୋଟି ୨୬ ଲକ୍ଷ ଓ ସୁନ୍ଦରଗଡ଼ରୁ ୪୦ ଲକ୍ଷ
ବଲାଙ୍ଗୀରରୁ ୩୫ ଲକ୍ଷ ଓ କନ୍ଧମାଳରୁ ୩୬ ଲକ୍ଷ, ଆସ୍କାରୁ ୧୩ ଲକ୍ଷ ଜବତ ହୋଇଛି।

Share