୧୭ କୋଟିର ଅଳକା ଖନନ ଯୋଜନା ଦିଗହରା

ଜଗତ୍‌ସିଂହପୁର ଅଫିସ, ୧୨।୧୨: ଅତୀତରେ ଅଳକା ନଦୀ ସୁନାବ୍ୟା, ସୁଗଭୀର ଥିଲା। ଏଥିରେ ଜାହାଜ ଯାତାୟାତ କରିପାରୁଥିଲା। ତେଣୁ ତତ୍କାଳୀନ ହରିହରପୁର ତଥା ବର୍ତ୍ତମାନର ଜଗତ୍‌ସିଂହପୁରରେ ଇଂରେଜମାନେ ବ୍ୟବସାୟ କେନ୍ଦ୍ର ଅର୍ଥାତ୍‌ ବାଣିଜ୍ୟ କୋଠି କରିବାକୁ ସକ୍ଷମ ହୋଇଥିଲେ। ସମୟ ଚକ୍ରରେ ଅଳକା ତା’ର ସ୍ଥିତି ହଜାଇ ବସିଛି। ମୃତପ୍ରାୟ ଏହି ନଦୀ ଖନନ ପାଇଁ ସରକାରୀସ୍ତରରେ ଆନ୍ତରିକତା ପ୍ରକାଶ ପାଇଥିଲା। ୧୭ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ ହୋଇଥିଲା। ବୋରିକିନା ନିକଟ ଅଶିଲୋଠାରୁ ବୀରବରପାଟଣା ପର୍ଯ୍ୟନ୍ତ ୫୨.୩୯ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ମୃତ ନଦୀକୁ ୩ଟି ପର୍ଯ୍ୟାୟରେ ଭାଗ ଭାଗ କରି କାମ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ପର୍ଯ୍ୟାୟକ୍ରମେ ଟିଏସି (ଟେକ୍‌ନିକାଲ ଆଡଭାଇଜରୀ କମିଟି), ପ୍ରଶାସନିକ ଅନୁମୋଦନ ପରେ ଟେଣ୍ଡର ହୋଇଥିଲା। ଏହା ଜିଲାବାସୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଥିଲା। କାରଣ ଅଳକା ଖନନ ସଫଳ ହେଲେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଜଳ ନିଷ୍କାସନ ସମସ୍ୟା ଦୂର ହୋଇପାରିବ। ଏହାର ପୁନରୁଦ୍ଧାର ପରେ ୫ ବର୍ଷ ପୂର୍ବରୁ ରାଜ୍ୟ ସରକାର ଚିନ୍ତା କରିଥିବା ଯୋଜନା ସଫଳ ହେବ ଅର୍ଥାତ୍‌ ସେଥିରେ ମତ୍ସ୍ୟଚାଷ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ମିଳିପାରିବ ବୋଲି ଲୋକେ ଆଶା କରିଥିଲେ। କିନ୍ତୁ ବାସ୍ତବ କ୍ଷେତ୍ରରେ ଅଳକା ଖନନ ଦିଗହରା ହୋଇଥିବା ଅଭିଯୋଗ ହେଉଛି।
ସମ୍ପର୍କରେ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ କହିବା କଥା ହେଲା, କେବଳ ନାଁକୁ ମାତ୍ର ଅଳକା ଖନନ କରାଯାଉଛି। ଏ ପର୍ଯ୍ୟନ୍ତ ଅଳକା ଖନନ କାମ ସରି ନ ଥିବା ବେଳେ ଯାହା କାମ ହୋଇଛି ତାହା ବାସ୍ତବ ଲକ୍ଷ୍ୟ ପୂରଣ କରିପାରୁନି। ଅନେକ ସ୍ଥାନରେ ଜମି ମାପ ଠିକ୍‌ ଭାବେ କରାଯାଇ ନାହିଁ। ଯେଉଁଠି ପ୍ରଭାବଶାଳୀ ଲୋକଙ୍କ ଜମି ଅଛି, ସେମାନଙ୍କ ମଧ୍ୟରୁ ଅନେକଙ୍କ କଥାରେ ନଦୀର ଦିଗ ବଦଳାଯିବା ସହ ସଙ୍କୁଚିତ କରାଯାଇଛି। ସବୁଠୁ ବଡ କଥା ହେଲା ଅଳକା ଖନନ ସଂକ୍ରାନ୍ତରେ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ନଦୀବନ୍ଧ ନିର୍ମାଣ ପ୍ରସଙ୍ଗକୁ ବାଦ ଦିଆଯାଇଛି। ଏହାଦ୍ୱାରା ଠିକାଦାର ମେଶିନ୍‌ ଦ୍ୱାରା ନଦୀ ଗର୍ଭରୁ ଖୋଳାଯାଉଥିବା ମାଟି, ବାଲିକୁ ଏହା ପାର୍ଶ୍ୱରେ ମନଇଚ୍ଛା ପକାଇ ଦେଉଛନ୍ତି। ଯଦିଓ ଅଧିକାଂଶ ସ୍ଥାନରେ ଏହା ଏକପ୍ରକାର ବନ୍ଧ ସୃଷ୍ଟି କରିଛି, କିନ୍ତୁ ତାହା ନୀଚା ଏବଂ ବାଲି, ପଙ୍କରେ ଭରା ଥିବାରୁ ଦୁର୍ବଳ ସ୍ଥିତିରେ ରହିଛି। ଫଳରେ ଗତ ବର୍ଷାରେ କୃତ୍ରିମ ବନ୍ଧର ଅଧିକାଂଶ ସ୍ଥାନରେ ଘାଇ ସୃଷ୍ଟି ହେବା ସହ ଓସାରିଆ ହୋଇ ଯାଇଥିଲା। କେବଳ ଏତିକି ନୁହେଁ, ପ୍ରାୟ ସ୍ଥାନରେ ମାଟି, ବାଲି ଆଦି ଧୋଇ ପୁଣି ଅଳକା ଗର୍ଭକୁ ଚାଲିଯାଇଛି। ଆଉ କିଛି ବର୍ଷ ଭିତରେ ଏହି କୃତ୍ରିମ ବନ୍ଧ ଲୋପ ପାଇ ଅଳକା ନଦୀ ଯଥା ପୂର୍ବଂ ତଥା ପର ସ୍ଥିତିକୁ ଚାଲିଯିବା ନେଇ ଆଶଙ୍କା କରାଯାଉଛି। ଯୋଜନା ଦିଗହରା ଯୋଗୁ ସରକାରୀ ଅର୍ଥ ବରବାଦ ହେବା ସହ ଠିକାଦାର ଓ ଯନ୍ତ୍ରୀ ଉପକୃତ ହେଉଛନ୍ତି ବୋଲି ଜଗତ୍‌ସିଂହପୁର ଅଞ୍ଚଳର ନିଲୁ ମିତ୍ର, ସରୋଜ ନାୟକ, ଅନ୍ତର୍ଯାମୀ ବିଶ୍ୱାଳ ପ୍ରମୁଖ କ୍ଷୋଭର ସହ କହିଛନ୍ତି।
ସମ୍ପର୍କରେ ଆଉ କିଛି ଲୋକଙ୍କ କହିବା କଥା ହେଲା, ଅଳକା ଉପରେ ଜମି ମାଫିଆଙ୍କ ଲୋଲୁପଦୃଷ୍ଟି କାରଣରୁ ତା’ର ସ୍ବରୂପ ବଦଳିଯାଇଥିଲା। ଅନେକ ଏହି ଜମିକୁ ଅସାଧୁ ରାଜସ୍ବ କର୍ମଚାରୀଙ୍କ ସହଯୋଗରେ ନିଜ ନାଁରେ କରି ନେଇଥିଲେ। ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ୨୦୧୬ରେ ଚିନ୍ତା କରିଥିଲେ। ଜଳ ନିଷ୍କାସନ ସହ ବିଶେଷକରି ମୃତ ନଦୀଗର୍ଭରେ ମତ୍ସ୍ୟଚାଷ ପାଇଁ ଏହି ବର୍ଷ ଜିଲା ମତ୍ସ୍ୟ ବିଭାଗ ପକ୍ଷରୁ ଡିପିଆର୍‌ (ଡିଟେଲ୍‌ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ କରାଯାଇଥିଲା। ୨୦୧୮ ଫେବୃୟାରୀରେ କେନ୍ଦ୍ରୀୟ ଅନ୍ତସ୍ଥଳୀୟ ମତ୍ସ୍ୟ ଗବେଷଣା ସଂସ୍ଥା (ସିଆଇଏଫ୍‌ଆର୍‌ଆଇ) ପକ୍ଷରୁ ଏକ ଟିମ୍‌ ୪ ଦିନିଆ ଜଗତ୍‌ସିଂହପୁର ଗସ୍ତ କରି ଅନୁଧ୍ୟାନ କରିବା ସହ ଅନୁକୂଳ ମତ ଦେଇଥିଲେ। ସେତେବେଳେ ମୃତ ଅଳକାର ବିରିଡ଼ି, ଜଗତ୍‌ସିଂହପୁର ଓ ନାଉଗାଁ ବ୍ଲକ ଅଞ୍ଚଳରେ ସର୍ବେକ୍ଷଣ କରାଯାଇଥିଲା। ଯୋଜନା କାର୍ଯ୍ୟକାରୀ ହେଲେ ଜିଲାର ପାଖାପାଖି ୧୫୦ ହେକ୍ଟର ନଦୀଶଯ୍ୟାରେ ମୀନ ଖେଳିବ ବୋଲି କୁହାଯାଇଥିଲା। ଏଠାରୁ ବାର୍ଷିକ ୬୦୦ ଟନ୍‌ ମାଛ ଉତ୍ପାଦନ ହୋଇପାରିବ, ଯାହାର ଆନୁମାନିକ ମୂଲ୍ୟ ୭ କୋଟିରୁ ଅଧିକ ଟଙ୍କା ହେବା ଆଶା କରାଯାଉଛି। ଶତାଧିକ ବେକାର ଯୁବକ ଆତ୍ମ ନିର୍ଭରଶୀଳ ହୋଇପାରିବେ। ସ୍ବୟଂ ସହାୟକ ଗୋଷ୍ଠୀ, ପିଏସ୍‌ସିଏସ୍‌ ଓ ଉଦ୍ୟୋଗୀମାନେ ଉପକୃତ ହୋଇପାରିବେ। ଜିଲା ପାଇଁ ଆବଶ୍ୟକ ମାଛ ପରିମାଣ କମିଯିବ। ଆଗକୁ ସରକାର ଅଧିକ ପରିମାଣ ଜମି ହାତକୁ ନେଇ ଜିଲା ବିକାଶରେ ସହାୟକ ହେବେ ବୋଲି କୁହାଯାଇଥିଲା। କିନ୍ତୁ ଯୋଜନା ଅଧାରେ ଅଟକି ଯାଇଛି। ଦେଖାଯାଉ ସରକାର ଆଗାମୀ ଦିନରେ ଆଉ କି ପଦକ୍ଷେପ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆଶ୍ରୟସ୍ଥଳରେ ଯୁବକଙ୍କ ହତ୍ୟା ଘଟଣା: ଜଣାପଡିଲା ବଡ଼ କାରଣ…

ରାଜନଗର,୧୯।୧୦(କୃତିବାସ ପ୍ରଧାନ): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା କୁରୁଣ୍ଟି ବାତ୍ୟା ଆଶ୍ରୟସ୍ଥଳରେ ରଶ୍ମିରଂଜନ ପରିଡାଙ୍କ ହତ୍ୟା ଘଟଣାର ତଦନ୍ତକୁ ପୋଲିସ ଜୋରଦାର କରିଛି। ଘଟଣା ସ୍ଥଳରେ...

ପରିବାର ଉଜାଡିଦେଲା ସାପ: ଚାଲିଗଲା ବାପ-ଝିଅଙ୍କ ଜୀବନ

ହରଭଙ୍ଗା,୧୯।୧୦(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜ଼ିଲା ହରଭଙ୍ଗା ବ୍ଲକର ଚାରିଛକ ବଜ଼ାର ନିକଟ ଠିଡିକଜୋର ଠାରେ ସାପ କାମୁଡାରେ ଜଣେ ଶିକ୍ଷକ ଏବଂ ତାଙ୍କ ଝିଅଙ୍କ...

ଆତଙ୍କ ଖେଳାଛନ୍ତି ୨୯ଟିକିଆ ହାତୀପଲ: ଭାଙ୍ଗିଲେ ଘର ଖାଇଲେ ଧାନ, ଚାଉଳ

ପାଟଣା,୧୯।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ   ଏକ ୨୯  ଟିକିଆ ବଣୁଆ ହାତୀପଲ ଅଞ୍ଚଳରେ ଆତଙ୍କ ଖେଳାଛନ୍ତି।  ଶୁକ୍ରବାର ବିଳମ୍ବିତ ରାତିରେ  ହାତୀପଲ ପଶି...

ବିଜେଡିକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, କହିଲେ…

ସିଂହପୁର,୧୯।୧୦(ଅନଙ୍ଗ ଉଦୟ ବେଉରିଆ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁରସ୍ଥିତ କାଳୀପଡ଼ିଆଠାରେ ଶୁକ୍ରବାର ଅପରାହ୍ନରେ ବିଞ୍ଝାରପୁର ଭାଜପା ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଲକ୍ଷ୍ମୀ ମେଢ ଭସାଣିକୁ କେନ୍ଦ୍ର କରି ସୀମାନ୍ତରେ ଉତ୍ତେଜନା ରାସ୍ତା ଅବରୋଧ କଲେ ପଶ୍ଚିମବଙ୍ଗ ଲୋକେ

ଭୋଗରାଇ, ୧୯ା୧୦( ପ୍ରଦୀପ ଦାସ): ଲକ୍ଷ୍ମୀପୂଜା ମେଢ଼ ଭସାଣିକୁ କେନ୍ଦ୍ର କରି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତରେ ଉତ୍ତେଜନା ଦେଖାଦେଇଛି। ତାଳସାରୀ ମେରାଇନ ଥାନା...

କୋଟିଆ ପଞ୍ଚାୟତର ନୂଆ ଭୋଟକେନ୍ଦ୍ର ଉପରେ ମୋହର ମାରିଲେ କେନ୍ଦ୍ର ନିର୍ବାଚନ ଅଧିକାରୀ: ଗ୍ରାମରେ ଖେଳିଗଲା ଖୁସି

ପଟ୍ଟାଙ୍ଗି,୧୯।୧୦(ଶରତ ଧଳ): ଓଡ଼ିଶାର ଭୋଟରଙ୍କ ଦୁର୍ବଳତାର ଫାଇଦା ଉଠାଇ ପଡୋଶୀ ଆନ୍ଧ୍ର ରାଜ୍ୟ ନିଜ ସପକ୍ଷରେ ପଞ୍ଚାୟତ ଓ ବିଧାନସଭା ଦୁଇଟି ନିର୍ବାଚନରେ ଫାଇଦା ଉଠାଇ...

ପରପାରିରେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ

କେନ୍ଦ୍ରାପଡ଼ା,୧୯।୧୦:କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ଶନିବାର ଦେହାନ୍ତ ହୋଇଛି। ୬୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା ହେତୁ...

ଧରିତ୍ରୀ ପ୍ରଭାବ: ଚୋରା ମଦ ବିକ୍ରି ଅଭିଯୋଗ ଘଟଣାରେ ପୋଲିସର ରେଡ

ଦାରିଙ୍ଗବାଡି, ୧୯।୧୦ (ଅରୁଣ ସାହୁ )-ସିମନବାଡି ଅଞ୍ଚଳରେ ଚୋରାଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗ ଘଟଣାରେ ପୋଲିସ ଆକ୍ସନ ମୋଡ଼ରେ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri