ତୁଷାରପାତରେ ୧୭ ମୃତ

ଟୋକିଓ,୨୭ା୧୨: ଜାପାନର ଅନେକ ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁ ୧୭ ଜଣଙ୍କ ମୃତ୍ୟୁ ଘଟିବା ସହ ୯୩ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ତୁଷାରପାତ ଯୋଗୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିବାରୁ ଶହା ଶହ ଲୋକ ଅନ୍ଧାରରେ ରହିଥିବା ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି। ଖ୍ରୀଷ୍ଟମାସରେ ୨୦ ହଜାର ଘରକୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା। ଗତ ସପ୍ତାହଠାରୁ ଜାପାନର ଉତ୍ତରାଞ୍ଚଳରେ ତୁଷାରପାତ ଲାଗିରହିଛି। ଫଳରେ ଶତାଧିକ ଗାଡ଼ି ରାସ୍ତାରେ ଅଟକି ରହିବା ଯୋଗୁ ଯୋଗାଣ ବିଳମ୍ବିତ ହୋଇ ଶନିବାର ସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ସୋମବାର ସକାଳ ସୁଦ୍ଧା ମୃତ୍ୟୁସଂଖ୍ୟା ୧୭ରେ ପହଞ୍ଚତ୍ଛି। ଅଧିକାଂଶ ସେମାନଙ୍କ ଛାତରୁ ବରଫ କାଢ଼ୁଥିବାବେଳେ ଖସିପଡ଼ି କିମ୍ବା ଛାତରୁ ବରଫ ଖସି ମୃତାହତ ହୋଇଛନ୍ତି। ବରଫ କାଢ଼ିବା ବେଳେ ସତର୍କ ରହିବା ଏବଂ ଏକୁଟିଆ ଏହି କାର୍ଯ୍ୟ ନ କରିବାକୁ ମ୍ୟୁନିସିପାଲ କର୍ତ୍ତୃପକ୍ଷ ଲୋକଙ୍କ ପରାମର୍ଶ ଦେଇଛନ୍ତି। ବରଫ ଜମିଯାଇ ରାସ୍ତାଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ଗ୍ରାହକଙ୍କ ପାଖରେ ଖାଦ୍ୟ ପାର୍ସଲ ପହଞ୍ଚତ୍ ପାରୁନାହିଁ। ଉତ୍ତରାଞ୍ଚଳର ଅନେକ ସ୍ଥାନରେ ଚଳିତ ଋତୁର ହାରାହାରି ତୁଷାରପାତ ତୁଳନାରେ ୩ ଗୁଣ ଅଧିକ ହୋଇଛି। ତୁଷାରପାତ ଯୋଗୁ ଉତ୍ତରାଞ୍ଚଳରେ ରବିବାର ଅନେକ ଟ୍ରେନ୍‌ ଓ ବିମାନ ବାତିଲ ହୋଇଥିଲା।

Share