୩ ଦିନରେ ୧୭ ଚିହ୍ନଟ, ୨ ମୃତ

କୋରାପୁଟ,୨୦।୬(ସ୍ବ.ପ୍ର.): କୋରାପୁଟ ଜିଲାରେ ଏବେ ଡେଙ୍ଗୁ ଜ୍ୱର ବ୍ୟାପିବାରେ ଲାଗିଛି। ବହୁ ସଂଖ୍ୟାରେ ଆକ୍ରାନ୍ତ ଡାକ୍ତରଖାନାରେ ଭିଡ଼ ଲଗାଉଛନ୍ତି। ଲକ୍ଷ୍ମୀପୁର ବ୍ଲକରେ ଏହି ସଂଖ୍ୟା ସର୍ବାଧିକ ଥିବା ଜଣାପଡ଼ିଛି। ଇତିମଧ୍ୟରେ ଡେଙ୍ଗୁରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ କୋରାପୁଟ ମେଡିକାଲ କଲେଜରେ ପରୀକ୍ଷା ହୋଇଥିଲା। ରିପୋର୍ଟରୁ ଉଭୟଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଥିଲା। ମାତ୍ର ଡେଙ୍ଗୁରେ ସେମାନଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଏହାକୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଥିଲେ ସୁଦ୍ଧା ତାହା ଯଥେଷ୍ଟ ହୋଇନାହିଁ।
ଖବରରୁ ଜଣାପଡିଛି, କିଛି ଦିନ ତଳେ କେତେକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଫଳରେ ସେମାନେ ରହୁଥିବା ସାହିର ସାହିବାସିନ୍ଦା ଉଭୟ ଯୁବତୀଯୁବକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ସନ୍ଦେହ କରିଥିଲେ। ତେବେ ଖବର ପାଇ ଜିଲାସ୍ତରୀୟ ଏକ ଡାକ୍ତରୀ ଟିମ୍‌ ସହ ଭ୍ରାମ୍ୟମାଣ ଟିମ୍‌ ସାହିଗୁଡ଼ିକର ପ୍ରତି ଘର ବୁଲି ପିଇବା ପାଣି ଓ ରକ୍ତ ନମୁନା ସଂଗ୍ରହ କରି ନେଇଥିଲେ। ଏହା ଏକ ଭୂତାଣୁ ଜନିତ ଜ୍ୱର, ଭୟଭୀତ ନ ହେବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ଏହା ସତ୍ତ୍ୱେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଲକ୍ଷ୍ମୀପୁରରେ ଗତ ତିନିଦିନ ମଧ୍ୟରେ ୧୭ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ କେତେକ ବାହାରକୁ ଯାଇ ଚିକିତ୍ସିତ ହୋଇ ଫେରି ଆସୁଥିବା ବେଳେ ଅର୍ଥାଭାବରୁ ଅନେକ ଲକ୍ଷ୍ମୀପୁର ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ଅନ୍ୟପକ୍ଷରେ ବର୍ଷା ହେଲେ ଲକ୍ଷ୍ମୀପୁର ଅବସ୍ଥା ଶୋଚନୀୟ ହୋଇପଡୁଛି। ନୂଆ ବସଷ୍ଟାଣ୍ଡଠାରୁ ଆରମ୍ଭକରି ପୁରୁଣା ବସ୍‌ଷ୍ଟାଣ୍ଡ, ଶିବ ମନ୍ଦିର ରାସ୍ତା, ଆଦିବାସୀ ସାହି, ୩ଟି ହରିଜନ ସାହି, ଉପର ଦୋରାସାହି ଓ ତଳ ଦୋରାସାହି, ପୋଷ୍ଟ ଅଫିସ ରାସ୍ତା ଆବର୍ଜନାରେ ଭର୍ତ୍ତି ହୋଇଯାଉଛି। ନାଳଗୁଡ଼ିକ ଜାମ୍‌ ହୋଇ ରହୁଛି। ଏହା ଡେଙ୍ଗୁ ରୋଗ ବଢ଼ିବାରେ ସହାୟକ ହେଉଛି। ପଞ୍ଚାୟତ ପକ୍ଷରୁ ରାସ୍ତା ଓ ନାଳ ସଫେଇ କରାଯିବା କଥା। ମାତ୍ର ପଞ୍ଚାୟତ ଏହା କରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଜିଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ମତ ପ୍ରକାଶ ପାଉଛି। ଏ ସମ୍ପର୍କରେ ଲକ୍ଷ୍ମୀପୁର ଡାକ୍ତରଖାନାର ଡାକ୍ତର ଏସ. ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ, ରବିବାର ସୁଦ୍ଧା ଲକ୍ଷ୍ମୀପୁର ସ୍ବାସ୍ଥ୍ୟକେନ୍ଦ୍ର ଅଞ୍ଚଳରୁ ୧୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ଥିତି ଉପରେ ବିଭାଗ ପକ୍ଷରୁ ନଜର
ଏନେଇ ସିଡିଏମ୍‌ଓ ଅରୁଣ କୁମାର ପାଢୀଙ୍କୁ ପଚାରିବାରୁ ସେ କହିଲେ ଯେଉଁ ୨ଜଣ ଡେଙ୍ଗୁରେ ମୃତ୍ୟବରଣ କରିଥିବା କୁହାଯାଉଛି, ସେମାନଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇନାହିଁ। ଏଥିରେ ମୋଟ ୧୭ ଜଣ ଆକ୍ରାନ୍ତ ହୋଇଛନ୍ତି। କୋରାପୁଟରୁ ବିଡିଓଙ୍କ ତତ୍ୱାବଧାନରେ ୨ଟି ଡାକ୍ତରୀଦଳ ଲକ୍ଷ୍ମୀପୁର ଯାଇଛନ୍ତି। ସେଠାରେ ରାସ୍ତା ଓ ଡ୍ରେନରେ ଜମା ହୋଇଥିବା ଅଳିଆ ଆବର୍ଜନା ସଫା କରାଯାଇ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡାରେ ହାଣି ଦେଇଗଲେ…

ଜୟପୁର,୩୧ା୩(ପବନ ପାଣିଗ୍ରାହୀ):କୋରାପୁଟ ଜିଲା ଜୟପୁର ସଦର ଥାନା ଅଞ୍ଚଳରେ ଜଣଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ଫାମ୍ପୁଣିର ପଦ୍ମନ ହରିଜନ। ମିଳିଥିବା ସୂଚନା...

୨ ସୁଟକେଶରୁ ମିଳିଲା ୩୦ କେଜି ଗଞ୍ଜେଇ ଜବତ: ୩ ଗିରଫ

କୋରାପୁଟ,୩୧।୩(ଅମିତାଭ ବେହେରା): କୋରାପୁଟ ରେଳବାଇ ଷ୍ଟେଶନରେ ସୋମବାର ସକାଳେ ଜିଆରପି ଏବଂ ଆରପିଏଫ ପକ୍ଷରୁ ଦୁଇଟି ଟ୍ରେନରେ ତଲାସୀ ପରେ ସୁଟକେସରେ ଗଞ୍ଜେଇ ଥିବା ଦେଖିବାକୁ...

ସରିଲା ଓକିଲ ସଂଘ ନିର୍ବାଚନ: ଆସିଲା ଫଳାଫଳ, ଜାଣନ୍ତୁ କିଏ ସଭାପତି, କିଏ ସମ୍ପାଦକ

କୋରାପୁଟ/ସେମିଳିଗୁଡା/ସୁନାବେଡା/କୋଟପାଡ଼,୨୯ା୩(ଅମିତାଭ ବେହେରା/ ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ/କେ.ରାଜଶେଖର ରାଓ): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଥିବା ବେଳେ ପ୍ରଭାତ କୁମାର ମହାପାତ୍ର ସଭାପତି ନିର୍ବାଚିତ...

କୋରାପୁଟ ଓକିଲ ସଂଘ ନିର୍ବାଚନ: ସଭାପତି ପଦବୀ ଲାଗି ଚାଲିଛି ମତଦାନ

କୋରାପୁଟ,୨୯।୩(ଅମିତାଭ ବେହେରା): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ସକାଳ ୮ ଟାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ...

କୋଟିଆରେ ଆନ୍ଧ୍ର କରୁଛି E-KYC, ଓଡ଼ିଶା ବ୍ଲକ ପ୍ରଶାସନ ନିକଟରେ ନାହିଁ ଖବର

ପଟ୍ଟାଙ୍ଗି,୨୯ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମବାସୀଙ୍କ ନିକଟରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ସରକାରୀ କର୍ମଚାରୀ...

ଡିଜିପି ପୋଲିସ ଡିସ୍କ ସମ୍ମାନ ପାଇବେ ମନୋବ୍ରତା

କୋରାପୁଟ,୨୮।୩(ଅମିତାଭ ବେହେରା): ପୋଲିସ ଚାକିରୀରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି ଆସନ୍ତା ଏପ୍ରିଲ ପହିଲାରେ ହେବାକୁ ଥିବା ୯୦ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସରେ...

ଭିଜିଲାନ୍ସ ଜାଲରେ ଅଙ୍ଗନଓ୍ବାଡି ସୁପରଭାଇଜର

କୋରାପୁଟ,୨୭।୩( ଅମିତାଭ ବେହେରା): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଅଙ୍ଗନଓ୍ବାଡି କେନ୍ଦ୍ରରେ ନୂତନ କରି ଯୋଗ ଦେଇଥିବା ଜଣେ କର୍ମଚାରୀଙ୍କଠାରୁ ୫୦ ହଜାର ଟଙ୍କା...

ଗଞ୍ଜେଇ ଚାଲାଣ ବେଳେ ପୋଲିସକୁ ଗୁଳି, ୮ ଗିରଫ

ଜୟପୁର,୨୬।୩(ପବନ ପାଣିଗ୍ରାହୀ): ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ କଞ୍ଜେଇ ମାଳିଗୁଡା ରାସ୍ତାରେ ମଙ୍ଗଳବାର ଚଢ଼ାଉକରି ୮ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image