ପାକିସ୍ତାନ ସେନା ସହ ତାଲିବାନର ଗୁଳିଗୋଳା ବର୍ଷଣ, ୧୦ ମୃତ, ୩୭ ଆହତ

କାବୁଲ/ଇସଲାମାବାଦ,୧୨ ।୧୨: ପାକିସ୍ତାନର ସେନା ଓ ତାଲିବାନର ସୁରକ୍ଷାକର୍ମୀଙ୍କ ମଧ୍ୟରେ ଚମନ ସୀମାରେ ବହୁ ମାତ୍ରାରେ ଗୁଳିଗୋଳା ବର୍ଷା ହୋଇଛି । ଏହି ଦୁଇ ଦେଶର ଆକ୍ରମଣ ମଧ୍ୟରେ ଏବେ ପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ହୋଇଛି, ଏହାସହ ୩୭ରୁ ଅଧିକ ଆହତ ହୋଇଛନ୍ତି । ବିଲମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ଜାରି ରହିଥିଲା ।
ପାକିସ୍ତାନ ସେନା ଓ ଆଫଗାନ ତାଲିବାନ ସୁରକ୍ଷାର୍କମୀଙ୍କ ମଧ୍ୟରେ ଏହି ସଂଘର୍ଷ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଆଫଗାନିସ୍ତାନର ସୀମାବର୍ତ୍ତି ସହର ସ୍ପିନ ବୋଲ୍ଡକରେ ମୋର୍ଟାର ମାଡରେ ଅତିକମରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୨୦ରୁ ଅଧିକ ଆହତ ହୋଇଥିଲେ । ଏହାର ଜବାବରେ ଆଫଗାନ ତାଲିବାନ ସୁରକ୍ଷାର୍କମୀ ପାକ-ଆଫଗାନ ଚମନ ସୀମା ନିକଟରେ ଆକ୍ରମଣ କରିଦେଇଥିଲେ । ତାଲିବାନ ସୁରକ୍ଷାକର୍ମୀଙ୍କ ପକ୍ଷରୁ ହୋଇଥିବା ଆକ୍ରମଣରେ ୬ ପାକିସ୍ତାନ ନାଗରିକଙ୍କ ମୃତ୍ୟୁ ହେବା ସହ ୧୭ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ଆହତ ଲୋକଙ୍କୁ ଚମନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Share