କାବୁଲ,୪।୯: ପଞ୍ଜଶିର ପ୍ରଦେଶକୁ ଦଖଲ କରିବା ସହ ପୂରା ଆଫଗାନିସ୍ତାନକୁ କବ୍ଜା କରି ନେଇଛି ତାଲିବାନ୍। ଏଥି ଲାଗି ଦେଶର ବିଭିନ୍ନ ପ୍ରଦେଶରେ ଉତ୍ସବର ମାହୋଲ। ମାତ୍ର ଉତ୍ସବ ମନାଉଥିବା ତାଲିବାନୀମାନେ ନାଚି ନାଚି ଖୋଲା ଗୁଳି ଚଲାଉଛନ୍ତି। ଏଥି ଯୋଗୁ ବିଭିନ୍ନ ପ୍ରଦେଶରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି।
ଅମୁହଁା ଗୁଳି ବର୍ଷଣରେ ଶୁକ୍ରବାର ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି। ରାଜଧାନୀ କାବୁଲର ପୂର୍ବରେ ଥିବା ନାଙ୍ଗରହାର ପ୍ରଦେଶରେ ଉତ୍ସବ ସମୟ ଅତିକମ୍ରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ସ୍ପଷ୍ଟ କରିଛନ୍ତି ନାଙ୍ଗରହାର ପ୍ରଦେଶର ରାଜଧାନୀ ଜାଲାଲାବାଦ୍ସ୍ଥିତ ହସ୍ପିଟାଲ ପ୍ରବକ୍ତା ଗୁଲଜାଦା ସଙ୍ଗାର।