ମଙ୍ଗଳବାରଠାରୁ ୧୭ଲକ୍ଷ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ପାକିସ୍ତାନରୁ କରାଯିବ ବିତାଡିତ

ଇସଲାମାବାଦ,୩୦।୧୦: ପାକିସ୍ତାନରେ ଅବୈଧ ଭାବେ ବାସ କରୁଥିବା ପ୍ରାୟ ୧୭ ଲକ୍ଷ ଆଫଗାନିସ୍ତାନ ନାଗରିକଙ୍କ ସମେତ ସମସ୍ତ ଶରଣାର୍ଥୀଙ୍କୁ ସ୍ବେଚ୍ଛାକୃତ ଭାବେ ଛାଡ଼ିବାର ସମୟସୀମା ମଙ୍ଗଳବାର (ଅକ୍ଟୋବର ୩୧ ଶେଷ ହୋଇଛି। ବୁଧବାରରୁ ଏଭଳି ଲୋକଙ୍କୁ ଦେଶରୁ ବିତାଡିତ କରାଯିବ।

ଏକ୍ସପ୍ରେସ ଟ୍ରିବ୍ୟୁନ ଖବରକାଗଜ ଅନୁଯାୟୀ ପାକିସ୍ତାନ ଏଭଳି ସମସ୍ତ ବିଦେଶୀ ନାଗରିକଙ୍କୁ ଅକ୍ଟୋବର ୩୧ ସୁଦ୍ଧା ଦେଶ ଛାଡିବାକୁ କହିଥିଲା। ସୋମବାର (ଅକ୍ଟୋବର ୩୦) କାର୍ଯ୍ୟକାରୀ ଗୃହମନ୍ତ୍ରୀ ସରଫରାଜ ବୁଗତି କହିଛନ୍ତି ଯେ ଯେଉଁମାନେ ସ୍ବେଚ୍ଛାକୃତ ଭାବେ ଦେଶ ଛାଡି ନାହାଁନ୍ତି ସେମାନଙ୍କୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ସରକାର ବହିଷ୍କାର କରିବେ।

ସେ କହିଛନ୍ତି, ନଭେମ୍ବର ୧ପରେ ସରକାର ଅବୈଧ ଶରଣାର୍ଥୀଙ୍କୁ ପର୍ଯ୍ୟାୟକ୍ରମେ ବହିଷ୍କାର କାର୍ଯ୍ୟ ଆରମ୍ଭ କରିବେ। କାର୍ଯ୍ୟକାରୀ ଗୃହମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ, ଗତ ତିନି ଦିନ ମଧ୍ୟରେ ୨୦ ହଜାରରୁ ରୁ ଅଧିକ ଅବୈଧ ବିଦେଶୀ ସ୍ବେଚ୍ଛାକୃତ ଭାବେ ପାକିସ୍ତାନ ଛାଡିଛନ୍ତି।

Share