ଭୁବନେଶ୍ୱର,୧୫।୧୧(ବ୍ୟୁରୋ): କମୁଛି ସଂକ୍ରମଣ ହେଲେ କମୁନି ମୃତ୍ୟୁ ସଂଖ୍ୟା। ରାଜ୍ୟରେ ଆଉ ୧୭ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ବରଗଡ଼ର ୩୩ ବର୍ଷୀୟ ବ୍ୟକ୍ତି, ୫୮ ବର୍ଷୀୟ ମହିଳା, ବୌଦ୍ଧର ୧୨ ବର୍ଷର ନାବାଳିକା, ଭୁବନେଶ୍ୱରର ୬୩ ବର୍ଷୀୟ ବୃଦ୍ଧ, ୧୦୨ ବର୍ଷୀୟ ବୃଦ୍ଧା, ୭୩ ବର୍ଷୀୟ ବୃଦ୍ଧ, ୬୦ ବର୍ଷୀୟ ବୃଦ୍ଧ, ଢ଼େଙ୍କାନାଳର ୫୦ ବର୍ଷୀୟ ମହିଳା, କଳାହାଣ୍ଡିର ୬୦ ବର୍ଷୀୟ ବୃଦ୍ଧ, ସମ୍ବଲପୁରର ୫୩ ବର୍ଷୀୟ ମହିଳା,୬୩ ବର୍ଷୀୟ ବୃଦ୍ଧ, ୫୮ ବର୍ଷୀୟ ବ୍ୟକ୍ତି, ସୁନ୍ଦରଗଡ଼ର ୫୫ ବର୍ଷୀୟ ବ୍ୟକ୍ତି, ୨୮ ବର୍ଷୀୟ ଯୁବତୀ, ୩୬ ବର୍ଷୀୟ ବ୍ୟକ୍ତି ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୨୭କୁ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରବିବାର ଟୁଇଟ୍ କରି ସୂଚନା ଦିଆଯାଇଛି।
Regret to inform the demise of seventeen #COVID19 positive patients while under treatment in hospitals.
1.A 33-year-old male of Bargarh district.
2.A 58-year-old female of Bargarh district who was also suffering from Diabetes Mellitus.
3.A 64-year-old male of Bargarh district— H & FW Dept Odisha (@HFWOdisha) November 15, 2020