୧୭ ନାଇଜର ସେନା ମୃତ

ନିୟାମେ,୧୬ା୮: ବୁର୍କିନା ଫାସୋ ସୀମାନ୍ତରେ ଥିବା ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୭ ନାଇଜର ସେନା ପ୍ରାଣ ହରାଇଛନ୍ତି। ଏନେଇ ବୁଧବାର ନାଇଜରର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଟୋରୋଡି କମ୍ୟୁନିଟି ନିକଟରେ ନାଇଜର ସେନାର ଏକ ୟୁନିଟ୍‌ ଆକ୍ରମଣ କରିଥିଲା। ଏହି ସମୟରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।
ନାଇଜର ସେନା ଉପରେ ଏହି ଆତଙ୍କକାବାଦୀମାନେ ତତ୍‌କ୍ଷଣାତ ଆକାଶ ଏବଂ ସ୍ଥଳପଥ କୌଶଳକ ବ୍ୟବହାର କରିଥିଲେ। ଫଳରେ ଜୋର୍‌ଦାର ସଂଘର୍ଷ ଘଟିଥିଲା। ଘଟଣାସ୍ଥଳରେ ଥିବା ସୈନିକମାନେ ଶତ୍ରୁମାନଙ୍କୁ ଉପଯୁକ୍ତ ଜବାବ ବି ଦେଇଥିଲେ। ତଥାପି ଏଥିରେ ନାଇଜରର ୧୭ ଜଣ ସୈନିକ ନିହତ ହୋଇଥିଲେ।

Share