Advertisement
Categories: ଜାତୀୟ

ନିର୍ବାଚନି ରାଜ୍ୟ ରାଜସ୍ଥାନରେ ରାଜନୈତିକ ଉଷ୍ମତା, କେତେଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ଯୋଗଦେଲେ ଭାଜପାରେ

ଜୟପୁର,୨୪।୮: ଆଜି ରାଜସ୍ଥାନ ଭାଜପାରେ ମୋଟ ୧୭ଜଣ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ କେତେଜଣ ନେତା ଏବଂ ପୂର୍ବତନ ପ୍ରଶାସନିକ ଅଧିକାରୀ ମଧ୍ୟ ଅଛନ୍ତି। ଯେଉଁଥିରେ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ରାୟଗର ମହାସଭାର ରାଷ୍ଟ୍ରୀୟ ସଭାପତି ଭଓ୍ବଁରଲାଲ ନଭଲ, ବୀରୱା ମହାସଭାର ପ୍ରଦେଶ ଉପାଧ୍ୟକ୍ଷ ଲାଲାରାମ ବୈରଓ୍ବା, ପୂର୍ବତନ ପ୍ରଶାସନିକ ଅଧିକାରୀ କୈଳାଶ ଭର୍ମା, ଅବସରପ୍ରାପ୍ତ ଆଇଏଏସ ହନୁମାନ ସିଂ ଭାଟି, ପୂର୍ବତନ ଆଇପିଏସ ଡକ୍ଟର ମହେଶ ଭରଦ୍ୱାଜ, କୁଓ୍ବଁର ରାଓ ଗଗନ ସିଂ, ଅବସରପ୍ରାପ୍ତ କମିଶନର ଓମପ୍ରକାଶ ମୀନା, ଅବସରପ୍ରାପ୍ତ ଡିଇଓ ରାଜାରାମ ମୀନା, ଅବସରପ୍ରାପ୍ତ ଶିକ୍ଷା ନିର୍ଦ୍ଦେଶକ ବାହାଦୂର ସିଂ ଗୁର୍ଜର, ଓମପ୍ରକାଶ ବାଗଡା, ଅବସରପ୍ରାପ୍ତ ଆୟକର କମିଶନର ନରେନ୍ଦ୍ର ଗୌଡ, ଭୁଦେବ ଦେବଡା, ଦୟାନନ୍ଦ ସକ୍ରାୱାଲ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଖେମରଜ ଖୋଲିଆ, ଧନେଶ୍ୱର ଆହାରୀ ଏବଂ ପ୍ରଶାସନିକ ସେବାର ମାତାରାମ ରିନୱା ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share