ବସ୍ତା,୧୨।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ବିଦ୍ୟାଧରପୁର ଗ୍ରାମରେ ଶନିବାର ନିଅଁା ଲାଗି ୯ ପରିବାରର ୧୭ ବଖରା ଘର ପୋଡ଼ିଯାଇଛି। ସୂଚନା ଅନୁଯାୟୀ, ଅପରାହ୍ନ ୨ଟା ୩୦ ମିନିଟ୍ ସମୟରେ ବିଦ୍ୟୁତ୍ ଶର୍ଟ ସର୍କିଟ ଯୋଗୁ ପ୍ରଥମେ ଏସ୍କେ ମନୁଆରଙ୍କ ଘରେ ନିଅଁା ଲାଗିଥିଲା। ପରେ ଏସ୍କେ ଆଯାଯୁଲ,ଏସ୍କେ ଅନୁଆର,ଏସ୍କେ ରିଆଜ,ଏସ୍କେ ସିରଜୁଲ,ଏସ୍କେ ମଇମୁଦ,ଏସ୍କେ ମିରାଜୁଲ,ଏସ୍କେ ଫିରାଜୁଲ ଏବଂ ଏସ୍କେ ଅରସାତଙ୍କ ଘରକୁ ନିଅଁା ବ୍ୟାପିଥିଲା। ୯ଟି ପରିବାରର ୧୭ ବଖରା ଘରେ ପାଖାପାଖି ୪୦ରୁ ଊଦ୍ଧର୍ବ ସଦସ୍ୟ ରହୁଥିଲେ। ସମସ୍ତେ ଖଟିଖିଆ ହୋଇଥିବାରୁ ଘରେ କେବଳ ସ୍ତ୍ରୀ ଲୋକ ଓ ଛୋଟ ପିଲାମାନେ ରହିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତା କ୍ରମେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ଆସବାବପତ୍ର, ଖାଦ୍ୟ ସାମଗ୍ରୀ, ଲୁଗାପଟା ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ଦମକଳ ବାହିନୀ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲା। ବିପନ୍ନ ପରିବାରଗୁଡ଼ିକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।