Categories: Uncategorized

ଲୋନ୍‌ ନାଁରେ ଲୁଟିନେଲେ ୧୭ ହଜାର

ରାଉରକେଲା ଅଫିସ,୪।୪: ଜଣେ ବ୍ୟକ୍ତିଙ୍କୁ ଲୋନ୍‌ କରାଇଦେବାକୁ କହି ତାଙ୍କଠାରୁ ଟଙ୍କା ଲୁଟ୍‌ ହୋଇଥିବା ନେଇ ପ୍ଲାଣ୍ଟସାଇଟ ଥାନାରେ ସୋମବାର ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ପୋଲିସ ସୂଚନା ଅନୁଯାୟୀ, ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଡିଜେଲ କଲୋନୀ ଛକର ଜୟଗୋପାଳ ମଣ୍ଡଳଙ୍କର ରାଉରକେଲା ବିଶ୍ରା ଛକ ଏସ୍‌ବିଆଇ ବ୍ୟାଙ୍କରେ ଏକ ସେଭିଙ୍ଗ୍‌ସ ଆକାଉଣ୍ଟ ରହିଛି। ଗତ ରବିବାର ସନ୍ଧ୍ୟା ସାଢେ ୬ଟାରେ ତାଙ୍କ ମୋବାଇଲକୁ ନଂ.୮୬୧୭୦୨୮୫୦୩ରୁ ଏକ କଲ୍‌ ଆସିଥିଲା। ଜୟଗୋପାଳ ଉକ୍ତ ନମ୍ବରରେ ଲୋନ ସମ୍ବନ୍ଧୀୟ କଥା ହେଉଥିବାବେଳେ ହଠାତ ତାଙ୍କ ଆକାଉଣ୍ଟରୁ ୧୭ ହଜାର ୫ଶହ ଟଙ୍କା କଟିଯାଇଥିଲା। ଏତେ ଟଙ୍କା କଟିଯିବାରୁ ସେ ବ୍ୟାଙ୍କର ଟୋଲ୍‌ ଫ୍ରି ନମ୍ବରରେ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କୁ କୌଣସି ସହାୟତା ମିଳି ନ ଥିଲା। ଫଳରେ ସୋମବାର ସକାଳ ସାଢେ ୧୦ଟାରେ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏବଂ ପରେ ଏସ୍‌ବିଆଇ ମ୍ୟାନେଜରଙ୍କୁ ଭେଟି ଏ ନେଇ ଅବଗତ କରିଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି।