Categories: ଜାତୀୟ

ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ଗଣବଳାତ୍କାର

କୁରୁକ୍ଷେତ୍ର,୨୫।୨ : ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ଅଭିଯୋଗ ହରିୟାଣାର କୁରୁକ୍ଷେତ୍ରରୁ ଜିଲାରୁ ଆସିଛି। ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଏ ନେଇ ଗୁରୁବାର ପୋଲିସ ପକ୍ଷରୁ କୁହାଯାଇଛି। ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବାରୁ ତାଙ୍କୁ ବାଳ ସ୍ଵଧାର ଗୃହକୁ ପଠାଇ ଦିଆଯାଇଛି।

ଏହି ମାମଲାର ତଦନ୍ତକାରୀ ଅଫିସର ପ୍ରବୀନ କୌର କହିଛନ୍ତି, ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ପୀଡ଼ିତାଙ୍କ ଜଣେ ସାଙ୍ଗର ସମ୍ପର୍କିୟ ଭାଇ। ଗତ ୨୨ ତାରିଖରେ  ଛାତ୍ରୀ ସ୍କୁଲ ଶେଷ ହେବା ପରେ ଜଣେ ସାଙ୍ଗର ଘରକୁ ଯାଇଥିଲେ। ତାଙ୍କ ମୁଣ୍ଡ ବୁଲାଉଥିବାରୁ ପୀଡ଼ିତାଙ୍କୁ ସମ୍ପର୍କିୟ ଭାଇ ସହ ଘରକୁ ପଠାଇ ଦେଇଥିଲେ ସାଙ୍ଗ। କିନ୍ତୁ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ ଉମରି ଛକ ଆଡ଼େ ନେଇଯାଇଥିଲେ। ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ୪ ଜଣ ଅଭିଯୁକ୍ତଙ୍କ ସହ ମିଶି ଗଣ ବଳାତ୍କାର କରିଥିଲେ ବୋଲି ପୀଡ଼ିତା ଏଫ୍‌ଆଇଆର ଉଲ୍ଲେଖ କରିଛନ୍ତି।

Share