Categories: ଜାତୀୟ

ଅଳିଆ ପକାଇବାକୁ ଯାଉଥିବା ନାବାଳିକାଙ୍କୁ ଗଣବଳାତ୍କାର

ମୁଜାଫରନଗର,୨୫।୯: ବନ୍ଧୁକ ଦେଖାଇ ୧୭ ବର୍ଷୀୟା ନାବାଳିକାଙ୍କୁ ୩ ଜଣ ଯୁବକ ଗଣବଳାତ୍କାର କରିଛନ୍ତି। ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ। ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଛି ଏହି ଗଣବଳାତ୍କାର ଘଟଣା।

ପୋଲିସର କହିବା ଅନୁଯାୟୀ, ପୀଡ଼ିତା ଓ ଅଭିଯୁକ୍ତମାନେ ଗୋଟିଏ ଗାଁରେ ରୁହନ୍ତି। ସେମାନେ ପରସ୍ପରକୁ ପୂର୍ବରୁ ଜାଣିଥିଲେ। ବୁଧବାର ନାବାଳିକା ଅଳିଆ ପକାଇବାକୁ ଯାଉଥିବା ବେଳେ ତାଙ୍କୁ ବନ୍ଧୁକ ଦେଖାଇ ୩ ଅଭଯୁକ୍ତ ଜଙ୍ଗଲ ନେଇ ଯାଇଥିଲେ। ସେଠାରେ ବଳାତ୍କାର କରିବା ପରେ ପୀଡ଼ିତାଙ୍କୁ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଅଭିଯୁକ୍ତ। ଅଭିଯୋଗକୁ ଭିତ୍ତି କରି ଆଇପିସି ଧାରା ୩୭୬ ଡି ଓ ପୋକ୍‌ସୋ ଆଇନ ଆଧାରରେ ମାମଲା ରୁଜୁ କରାଯାଇଛି।

Share