Posted inଫୁରସତ

କୋଲ୍ଡ ଡ୍ରିଙ୍କ୍‌ସ ପିଇ ୧୭ ବର୍ଷ

ତେହରାନ: କୁହାଯାଏ କି କୋଲ୍ଡ ଡ୍ରିଙ୍କ୍‌ସ ଅଧିକ ମାତ୍ରାରେ ପିଇବା କଥା ନୁହେଁ। ତାହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ହେଲେ ଲୋକେ ତାଙ୍କୁ ବେଶ୍‌ ପସନ୍ଦ କରିଥାନ୍ତି। କିନ୍ତୁ କେହି କ’ଣ ତାକୁ ଦୈନନ୍ଦିନ ପିଇବାକୁ ପସନ୍ଦ କରିବେ? ତେବେ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏକି ଦୀର୍ଘ ୧୭ ବର୍ଷ ହେବ କେବଳ କୋଲ୍ଡ ଡ୍ରିଙ୍କ୍‌ସ୍‌ ପିଉଛନ୍ତି। ତାଙ୍କର କୌଣସି ରୋଗ ମଧ୍ୟ ନାହିଁ। ଇରାନର ବାସିନ୍ଦା ଘୋଲମରେଜା ଆର୍ଡେସିରି ଏପରି କିଛି କରୁଛନ୍ତି। ତାଙ୍କ କହିବା କଥା, ସେ ୧୭ ବର୍ଷ ହେବ ଭାତ ଖାଇନାହାନ୍ତି। ସେ ପୂରା ଦିନ ପେପ୍‌ସି ଏବଂ ସେଭେନ୍‌ ଅପ୍‌ ପିଇ ବିତାଇ ଦିଅନ୍ତି। ଏଥିପାଇଁ ସେ ସୁସ୍ଥ ଜୀବନ ବଞ୍ଚିଥିବା କହିଛନ୍ତି। ସେ ଶେଷ ଥର ପାଇଁ ୨୦୦୬ରେ ଭାତ ଖାଇଥିଲେ। ହେଲେ ଖାଇବା ପ୍ରତି ତାଙ୍କର ସେପରି କିଛି ଇଚ୍ଛା ନ ଥିଲା, ସେଥିପାଇଁ ସେ ଖାଦ୍ୟ ବଦଳରେ କୋଲ୍ଡ ଡ୍ରିଙ୍କ୍‌ସ୍‌ ପିଇବା ଆରମ୍ଭ କଲେ। ଘୋଲମରେଜା ତାଙ୍କର ଏପରି ଜୀବନଶୈଳୀକୁ ଲୋକଙ୍କ ସହ ଶେୟାର କରିଛନ୍ତି। ସେ କହିଛନ୍ତି, କେବଳ କୋଲ୍ଡ ଡ୍ରିଙ୍କ୍‌ସ୍‌ ପିଇ ସେ ସୁସ୍ଥ ଅଛନ୍ତି। ଯଦି ସେ ଖାଦ୍ୟ ଖାଉଛନ୍ତି ତେବେ ତାଙ୍କର ବାନ୍ତି ହୋଇଯାଏ। ସେ କୌଣସି ପ୍ରକାର ଖାଦ୍ୟ ଖାଇଲେ ତାଙ୍କୁ ଲାଗେ ଯେପରି ତାଙ୍କ ପେଟରେ ଏକ ଚୁଟି ପଶିଯାଇଛି। ସେ ଏଥିପାଇଁ ଡାକ୍ତରଙ୍କୁ ମଧ୍ୟ ଦେଖାଇଛନ୍ତି। ଏହା ତାଙ୍କର ମନର ଭ୍ରମ ବୋଲି ଡାକ୍ତର କହି ଅନ୍ୟ ଡାକ୍ତରଙ୍କୁ ଦେଖାଇବାକୁ କହିଥାନ୍ତି। ଅନେକ ଥର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ମଧ୍ୟ ତାଙ୍କର କିଛି ରୋଗ ନ ଥିବା ଡାକ୍ତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକୁଟିଆ ରହୁଥିବା ଲୋକଙ୍କଠାରେ ଦେଖାଯାଏ ଏସବୁ ଭଲଗୁଣ

ବଦଳୁଥିବା ଜୀବନଶୈଳୀ ଲାଗି ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଯିବା ସ୍ବାଭାବିକ। ତେବେ ଏହି ପରିବର୍ତ୍ତନ ପାଇଁ ଜଣେ ଅନ୍ୟଜଣଙ୍କଠାରୁ ଭିନ୍ନ ହୋଇଥାନ୍ତି। କାହାକୁ ପରିବାର ସହିତ...

ଚା-କଫି ପରି ଏଠାରେ ମହିଳା ପିଅନ୍ତି ସାପ ରକ୍ତ, କାରଣ ଜାଣିଲେ ହୋସ ଉଡିବ

ସବୁଠାରୁ ଭୟଙ୍କର ଜୀବ ମଧ୍ୟରେ ସାପ ଅନ୍ୟତମ। ଯେକେହି ଏହାକୁ ଦେଖିବା ମାତ୍ରେ ଡରିଯାଇଥାନ୍ତି। ମାତ୍ର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ କୋବ୍ରା ରକ୍ତ ପିଇବାର ପରମ୍ପରା...

ବିବାହ ପରେ ନବଦମ୍ପତି ଯାଉଥିବା ଟ୍ରିପକୁ ହନିମୁନ କାହିଁକି କୁହନ୍ତି? ଆପଣ ବି ଜାଣି ନ ଥିବେ…

ବିବାହ ପରେ ନବଦମ୍ପତିମାନେ ଏକାନ୍ତରେ ଭଲ ସମୟ କଟେଇବା ପାଇଁ ହନିମୁନ ଯାଆନ୍ତି। କିନ୍ତୁ ଏହି ଟ୍ରିପକୁ ହନିମୁନ କାହିଁକି କୁହନ୍ତି ଜାଣନ୍ତି କି? ପ୍ରଥମତଃ,...

Ancient Egypt Mummification Mystery: ସତରେ କ’ଣ ମମି ଭିତରେ ରଖାଯାଏ ମହଣ ମହଣ ସୁନା? କାରଣ ଜାଣିଲେ ଉଡିବ ହୋସ୍‌

ମମି…ଏକ ଶବ୍ଦ ଯାହା ଶୁଣିଲେ ଆପଣଙ୍କୁ ପ୍ରାଚୀନ ମିଶରର ରହସ୍ୟପୂର୍ଣ୍ଣ ଦୁନିଆ କଥା ମନେପଡେ। ଏହି ପୃଥିବୀ ସର୍ବଦା ପ୍ରତ୍ନତତ୍ତ୍ୱବିତ୍ମାନଙ୍କ ପାଇଁ ଏକ ପ୍ରିୟ ସ୍ଥାନ...

ହୋଲି ଖେଳିବା ପରେ କେଶରୁ ରଙ୍ଗ ଛାଡୁ ନ ଥିଲେ ଆପଣାନ୍ତୁ ଏହି ଟିପ୍ସ

ହୋଲି ଖୁସି, ରଙ୍ଗ ଏବଂ ମଜାର ପର୍ବ। ଏହି ବିଶେଷ ଦିନରେ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପରସ୍ପର ଉପରେ ରଙ୍ଗ ଲଗାଇ ହୋଲି ପାଳନ...

ଏବେ ବି ରହିଛି ଭାଇଚାରା: ଏଠାରେ ହିନ୍ଦୁ-ମୁସଲମାନ ମିଶି ଖେଳନ୍ତି ହୋଲି

ହୋଲି ପର୍ବ ପ୍ରେମ ଏବଂ ସଦ୍ଭାବର ପ୍ରତୀକ। ହୋଲି କେବଳ ରଙ୍ଗ ଖେଳିବାର ପର୍ବ ନୁହେଁ ବରଂ ଏହା ଭାରତର ଗଙ୍ଗା ଯମୁନା ସଂସ୍କୃତିର ସହଭାଗୀ...

ସୁନୀତା ୱିଲିୟମ୍ସଙ୍କୁ କେତେ ଦରମା ଦିଏ ନାସା, ଆଉ କେଉଁ କେଉଁ ସୁବିଧା ସବୁ ମିଳେ, ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୩: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବ୍ୟାରି ବୁଚ ୱିଲମୋର ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରେ ଫସି ରହିଛନ୍ତି।...

ହୋଲିରେ ଜ୍ୱାଇଁଙ୍କୁ ଗଧ ପିଠିରେ ବସାଇ ବୁଲାନ୍ତି ଏହି ଗାଁର ଲୋକେ, କାରଣ ଜାଣିଲେ…

ଭାରତରେ ରଙ୍ଗର ପର୍ବ ହୋଲିକୁ ବେଶ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ। ଚଳିତ ବର୍ଷ ମାର୍ଚ୍ଚ ୧୮ରେ ଏହି ପର୍ବ ପଡ଼ୁଛି। ଏହାକୁ ଦିନ କେଇଟା ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image