ତିରୁମାଲା, ୧୯।୭: ତିରୁମାଲା ତିରୁପତି ଦେବସ୍ଥାନମ୍ ମନ୍ଦିରର ୧୭୦ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ସେମାନଙ୍କ ମଧ୍ୟରେ ୧୮ ପୂଜାରୀ, ୧୦୦ ଜଣ ସୁରକ୍ଷାକର୍ମୀ, ୨୦ ଜଣ ଲଡୁ ପ୍ରସାଦ ପ୍ରସ୍ତୁତକାରୀ ଏବଂ କଲ୍ୟାଣକଟ୍ଟୁର ୨ ଜଣ ରହିଛନ୍ତି। ସୁରକ୍ଷା ଦୃଷ୍ଟିରୁ ୬୦ ବର୍ଷରୁ ଅଧିକ ବୟସ୍କ କର୍ମଚାରୀଙ୍କୁ ଛୁଟି ଦିଆଯାଇଛି। ସ୍ଥିତି ଅଧିକ ସଙ୍କଟ ଜନକ ହେଲେ ମନ୍ଦିରକୁ ବନ୍ଦ କରି ଦିଆଯିବ ବୋଲି ଅଧ୍ୟକ୍ଷ ଓ୍ବାଇ.ବି. ସୁବା ରେଡ୍ଡୀ ସୂଚନା ଦେଇଛନ୍ତି। ମନ୍ଦିର କର୍ମଚାରୀଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଶ୍ରଦ୍ଧାଳୁମାନେ ଆତଙ୍କିତ ହୋଇପଡ଼ିଛନ୍ତି।