Categories: ଜାତୀୟ

ରାଷ୍ଟ୍ରପତିଙ୍କ ଜି-୨୦ ଡିନର ପାର୍ଟିରେ ରହିବେ ୧୭୦ ଅତିଥି

ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଛି ଜି-୨୦ ଶିଖର ସମ୍ମିଳନୀ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଏକ ଜି-୨୦ ଡିନର ପାର୍ଟି ହୋଷ୍ଟ କରାଯାଇଛି। ଏଥିରେ ସ୍ପେଶାଲ ଇନଭାଇଟି ଭାବେ ୧୭୦ ଜଣ ଅତିଥି ରହିବେ ବୋଲି ଜଣାପଡିଛି।
ବିଦେଶୀ ଅତିଥିଙ୍କ ବ୍ୟତୀତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ଓ ଷ୍ଟେଟ ମିନିଷ୍ଟର୍ସ, କେନ୍ଦ୍ର ସରକାରଙ୍କ ସଚିବ ଓ ଅନ୍ୟ ଅତିଥିମାନେ ଏହି ଗାଲା ଡିନରରେ ଉପସ୍ଥିତ ରହିବେ। ଏହା ନୂଆଦିଲ୍ଲୀର ଭାରତ ମଣ୍ଡପମର ମଲ୍ଟି ଫଙ୍କସନ ହଲରେ ଶନିବାର ଆୟୋଜନ କରାଯାଇଛି।
ଏହାକୁ ହୋଷ୍ଟ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦିପ ଧନକର ତାଙ୍କ ସହଧର୍ମିଣୀ ସୁଦେଶ ଧନକର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପୂର୍ବତନ ଉପରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡୁ ଏହି ଡିନର ପାଟିରେ ଯୋଗ ଦେବେ।

Share