ଭଦ୍ରକ ଅଫିସ,୧୯ା୮: ଭଦ୍ରକ ଜିଲାରେ ବୁଧବାର ୪୭ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩୪ରେ ପହଞ୍ଚିଛି। ଆଜି ଚି଼ହ୍ନଟମାନଙ୍କ ମଧ୍ୟରେ ସମସ୍ତେ ସ୍ଥାନୀୟ ସଂକ୍ରମିତ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଜିଲାରେ ୧୭୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୦୮ ଜଣ ସୁସ୍ଥ ହୋଇଥିବା ବେଳେ ୭୨୧ ଜଣ ଚିକିତ୍ସିତ ହେଉଛନ୍ତି। ୫ ଜଣଙ୍କ ମୃତ୍ୟୁ ଘଟିଥିବା ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ କହିଛନ୍ତି। ତେବେ ଅଧିକ ସ୍ବାବ୍ ପରୀକ୍ଷା ହେଉଥିବାରୁ ରୋଗୀଙ୍କ ସଂଖ୍ୟା ବଢୁଥିବା ଜିଲାପାଳ କହିଛନ୍ତି।