Categories: ଜାତୀୟ

ବିଗୁଡୁଥିବା ପାଣିପାଗ ଯୋଗୁ ଗଲାଣି ୧୭୦୦ ଜୀବନ, ବଜ୍ରପାତ, ଘୂର୍ଣ୍ଣିଝଡ଼, ଭୂସ୍ଖଳନ, ବନ୍ୟା ମୁଖ୍ୟ କାରଣ

ନୂଆଦିଲ୍ଲୀ,୬ ।୬: ବିଗୁଡୁଥିବା ପାଣିପାଗ ଯୋଗୁ ୨୦୨୧ରେ ୧୭,୦୦୦ ନାଗରିକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏଥିମଧ୍ୟରୁ ସବୁଠରୁ ଅଧିକ ମହାରାଷ୍ଟ୍ରର ୩୫୦ ଜଣ ଥିବା ବେଳେ ଏହା ପଛକୁ ରହିଛି ଓଡ଼ିଶା । ଓଡ଼ିଶାରେ ୨୨୩ ଓ ମଧ୍ୟପ୍ରଦେଶରେ ୧୯୧ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏଥିମଧ୍ୟରୁ ବଜ୍ରପାତ, ଘୂର୍ଣ୍ଣିଝଡ଼, ଗ୍ରୀଷ୍ମ ପ୍ରବାହ, ବନ୍ୟା ଓ ଭୂସ୍ଖଳନରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଛି ।
ବିଶ୍ୱ ପରିବେଶ ଦିବସରେ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରନୋମେଣ୍ଟ(ସିଏସଇ) ଦ୍ୱାରା ଜାରି କରାଯାଇଥିବା ‘ଭାରତର ପରିବେଶ ସ୍ଥିତି ୨୦୨୨’ ରିପୋର୍ଟରେ ଏହା ଦର୍ଶାଯାଇଛି । ଏହାସହ ଏହି ରିପୋର୍ଟରେ କୁହାଯାଇଛି କି ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ବଢି ଚାଲିଥିବା ଯୋଗୁ ବି ପରିବେଶ ନଷ୍ଟ ହେଉଛି ।

Share