Categories: ଜାତୀୟ

ଚାଷୀଙ୍କ ଖାତାକୁ ଯିବ ୧୭ ହଜାର କୋଟି: ସରକାର କଲେ ଘୋଷଣା

ନୂଆଦିଲ୍ଲୀ, ୯।୮: ଦେଶରେ ଚାଷୀଙ୍କ ହାତମୁଠାକୁ ଟାଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ଅବ୍ୟାହତ ରହିଛି। ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷଷ୍ଠ କିସ୍ତିରେ ୧୭ ହଜାର ଶହେ କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯାଇଥିବା ସମ୍ପର୍କରେ ଘୋଷଣା କରିଛନ୍ତି। ଏହାଦ୍ୱାରା ୮କୋଟି ୫୫ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇପାରିବେ। ଏଗ୍ରିକଲଚର ଇନଫ୍ରାଷ୍ଟ୍ରକଚର ଫଣ୍ଡ୍‌ ଅର୍ନ୍ତଗତ ଏକ ଲକ୍ଷ କୋଟିର ଆର୍ଥିକ ଘୋଷଣା ପ୍ରଧାନମନ୍ତ୍ରୀ କରିଛନ୍ତି। ବଳରାମ ଜୟନ୍ତୀ, ହଲଛଟ୍‌ ଏବଂ ଦାଓ ଜନ୍ମୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରି ଚାଷୀଙ୍କ ଆର୍ଥିକ ବିକାଶ କାର୍ଯ୍ୟକୁ ତ୍ୱରାନ୍ବିତ କରିଛନ୍ତି। କରୋନା ମହାମାରୀ ସଙ୍କଟ ସମୟରେ ଏହାଦ୍ୱାରା ଗ୍ରାମୀଣ ଚାଷୀଙ୍କ ସ୍ଥିତିରେ ସୁଧାର ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share