୧୭ ହଜାର ରୁଷୀୟ ସୈନ୍ୟଙ୍କ ମୃତ୍ୟୁ…

କ୍ୱିଭ୍‌, ୩୦।୩ : ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ନେଇ ସଙ୍କଟ ସୃଷ୍ଟି ହୋଇଛି। ଯୁଦ୍ଧରେ ୟୁକ୍ରେନର ବହୁ ସହର ଧ୍ୱଂସ ହୋଇଯାଇଛି। ତେବେ ଏବେ ରୁଷିଆ ସୈନ୍ୟ କ୍ୱିଭ୍‌ ଏବଂ ଚେର୍ନିଭିଭରୁ ଫେରିବା ଆରମ୍ଭ କରିଛନ୍ତି। ଏହି ଯୁଦ୍ଧରେ ହଜାର ହଜାର ୟୁକ୍ରେନ ସୈନିକ ନିହତ ହୋଇଥିବାବେଳେ ବହୁ ସଂଖ୍ୟାରେ ସାଧାରଣ ନାଗରିକ ଏବଂ ଶିଶୁ ମଧ୍ୟ ମୃତାହତ ହୋଇଛନ୍ତି।

ୟୁକ୍ରେନ ଦାବି କରିଛି ଯେ ଯୁଦ୍ଧରେ ବହୁ ସଂଖ୍ୟକ ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି। କ୍ୱିଭ୍‌ର ଜାତିସଂଘର ରାଷ୍ଟ୍ରଦୂତ ସର୍ଗେଇ କିସଲିଟସ୍ୟା କହିଛନ୍ତି ଯେ ଯୁଦ୍ଧରେ ରୁଷିଆର ୧୭ ହଜାରରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଟ୍ୟାଙ୍କ ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ ନଷ୍ଟ ହୋଇଯାଇଛି।

ଯୁଦ୍ଧରେ ରୁଷିଆର ୧,୭୦୦ରୁ ଅଧିକ ସଶସ୍ତ୍ର ଯାନ ନଷ୍ଟ ହୋଇଛି। ଏହା ବ୍ୟତୀତ ଯୁଦ୍ଧ ସମୟରେ ପ୍ରାୟ ୬୦୦ରୁଷିଆ ଟ୍ୟାଙ୍କ, ୩୦୦ ଆର୍ଟିଲିରି ସିଷ୍ଟମ, ୧୨୭ ବିମାନ ଏବଂ ୧୨୯ ହେଲିକପ୍ଟର, ୧୦୦ ରକେଟ ଲଞ୍ଚର ସିଷ୍ଟମ ନଷ୍ଟ ହୋଇଛି। ଏହା ସହିତ ୫୪ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ସାତ ଜାହାଜ ମଧ୍ୟ ଯୁଦ୍ଧରେ ନଷ୍ଟ ହୋଇଛି। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ପାଇଁ ଏହା ଏକ ବଡ ଝଟକା ବୋଲି କିସଲିଟସ୍ୟା କହିଛନ୍ତି।

Share