୧୭,୦୦୦ ଫାଭିପିରାଭିର ଟାବ୍‌ଲେଟ୍‌ ଜବତ

କଟକ ଅଫିସ,୧୨ା୬: କଟକ କନିକା ଛକରେ ଥିବା ଏକ ମେଡିସିନ ଗୋଦାମ ଉପରେ ଶୁକ୍ରବାର ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ଚଢାଉ କରାଯାଇଛି। ସେଠାରୁ ପ୍ରାୟ ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ ହୋଇଛି। ଉତ୍ତରପ୍ରଦେଶର ମାକ୍ସ ରିଲିଫ ହେଲ୍‌ଥ କେୟାର ନାମକ ଏକ କମ୍ପାନୀରୁ ଏହି ମେଡିସିନ କଟକର ଉକ୍ତ ଗୋଦାମକୁ ଆସୁଥିଲା ା ପରେ ଗୋଦାମ ମାଲିକ କର୍ମଚାରୀଙ୍କ ଜରିଆରେ କଟକର ଘରୋଇ କୋଭିଡ୍‌ ହସ୍ପିଟାଲ ଏବଂ ମେଡିସିନ ଦୋକାନଗୁଡିକୁ ପଠାଯାଉଥିବା ନେଇ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପାଖରେ ଖବର ପହଞ୍ଚିଥିଲା। ପରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ଉକ୍ତ ଗୋଦାମରେ ଚଢାଉ କରାଯାଇ ୧୭୦ ପେଟିରେ ଥିବା ଫାଭିପିରାଭିର ମେଡିସିନ ଜବତ ହୋଇଛି। ସେଥିରେ ୧୭,୦୦୦ ଟାବ୍‌ଲେଟ୍‌ ଥିବା ଜଣାପଡିଛି। ଏ ସମ୍ପର୍କରେ ଡ୍ରଗ୍ସ ଇନ୍ସପେକ୍ଟର ଜଗନ୍ନାଥ ମଲ୍ଲିକ କହିଛନ୍ତି, ଜବତ ମେଡିସିନର ମୂଲ୍ୟ ପ୍ରାୟ ୬୯ ଲକ୍ଷ ଟଙ୍କା ହେବ। ଉତ୍ତରପ୍ରଦେଶର ମାକ୍ସ ରିଲିଫ ହେଲ୍‌ଥ କେୟାର ନାମକ କମ୍ପାନୀରୁ ଆସୁଥିବା ଉକ୍ତ ମେଡିସିନ ନକଲି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏ ସମ୍ପର୍କରେ ଉତ୍ତରପ୍ରଦେଶ ସରକାରଙ୍କୁ ଅବଗତ କରାଯାଇଛି। ଏଥିସହ ଉକ୍ତ ମେଡିସିନର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଖୋର୍ଦ୍ଧାସ୍ଥିତ ଲାବରେଟୋରୀକୁ ପଠାଯାଇଛି। ଉକ୍ତ ଗୋଦାମ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଲ୍ଲିକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କୋଭିଡ୍‌ ନୋଡାଲ ଅଫିସର ଉମେଶ ରାୟ କହିଛନ୍ତି, କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଫାଭିପିରାଭିର ଔଷଧ ବ୍ୟବହାର ହେଉଛି। ଡାକ୍ତରଙ୍କ ପରାମର୍ଶରେ ମେଡିସିନ ଦିଆଯାଉଛି। ଏହି ମେଡିସିନକୁ ଲୋକମାନେ ମନଇଚ୍ଛା କିଣି ଘରେ ଗଚ୍ଛିତ ରଖୁଛନ୍ତି। ଫଳରେ ବଜାରରେ ଏହି ମେଡିସିନର ଅଭାବ ଦେଖାଦେଉଛି। ଏହାର ସୁଯୋଗ ନେଇ କେତେଜଣ ଡ୍ରଗ୍ସ ମାଫିଆ ନକଲି ଫାଭିପିରାଭିର ଔଷଧ ତିଆରି କରି ବଜାରକୁ ଛାଡୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ରଶି ଲଗାଇ  ଝୁଲିପଡିଲେ ଯୁବକ

ବାଲିଗୁଡ଼ା,୨୮।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି। ଜଣେ ୨୨ବର୍ଷର...

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ହିଂସା: ଘଟଣାସ୍ଥଳ ପରିଦର୍ଶନ କଲେ ଡିଆଇଜି, କହିଲେ ହିଂସା ସୃଷ୍ଟିକାରୀଙ୍କୁ…

ଭଦ୍ରକ,୨୮ା୯(ସନାତନ ରାଉତ): ଭଦ୍ରକ ସନ୍ଥିଆଠାରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ହିଂସା ଓ ପୋଲିସକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ଇଣ୍ଟରନେଟ୍‌ ସେବା ବନ୍ଦ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ଗୁଳିମାଡ଼ କଲେ ସରପଞ୍ଚ

କଣ୍ଟାମାଳ,୨୮ା୯(ଆଦିରେଶ୍ୱର ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କ ଗୁଳିମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ବୌଦ୍ଧ ଜିଲା ମନମୁଣ୍ଡା ଥାନା କସୁରବନ୍ଧ ଗାଁରେ। ଗୁରତର...

ସୁଧୁରୁନି ସହରର ଟ୍ରାଫିକ ବ୍ୟବସ୍ଥା

ଖୋର୍ଦ୍ଧା,୨୮ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସହରର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନୂଆବସ୍‌ଷ୍ଟାଣ୍ଡଠାରୁ ଟ୍ରାଫିକ ଛକ, ପଲ୍ଲା ଛକ, ଖୋର୍ଦ୍ଧା-ନୟାଗଡ଼ ରାସ୍ତାର ମୁକୁନ୍ଦପ୍ରସାଦଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ...

ଗ୍ରାମ୍ୟ ଉନ୍ନୟନ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୮ା୯ (କଳ୍ପତରୁ ନାୟକ): ସରକାର ପ୍ରତିବର୍ଷ ରାସ୍ତାଘାଟ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ସ୍ଥାନରେ ଦାୟିତ୍ୱରେ ଥିବା ଅଧିକାରୀ, ଠିକାଦାରଙ୍କ...

ଅନ୍ୟ ଜାତିରେ ବିବାହ କରିଥିବାରୁ କେହି ଛୁଇଁଲେନି, ୧୨ ଘଣ୍ଟା ପଡ଼ିରହିଲା ମୃତଦେହ

ଅମରପାଲି,୨୮ା୯(ପୀତାମ୍ବର ସାହୁ): ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ମୃତ୍ୟୁ ପରେ କେହି ବି ଛୁଇଁଲେନି ମୃତଦେହ। ନୀରବଦ୍ରଷ୍ଟା ସାଜିଲେ ଜ୍ଞାତିକୁଟୁମ୍ବ ବନ୍ଧୁ ବାନ୍ଧବ ଓ...

ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କ ଶିକ୍ଷାର ବିକାଶ ସହ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଛି । ଏଥିପାଇଁ ପ୍ରତିବର୍ଷ ବିଭିନ୍ନ...

ବୃଦ୍ଧଙ୍କ ଉପରେ ବୋଝ: ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅ

ଆଳି,୨୮ା୯(ବନମାଳୀ ସେନାପତି): ହସଖୁସିରେ ପୂରି ଉଠୁଥିବା ସଂସାର ଉପରେ ଏବେ ଦୁଃଖର କଳା ବାଦଲ ଘୋଟିଯାଇଛି। ବୃଦ୍ଧ ଅବସ୍ଥାରେ ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri