Categories: ଜାତୀୟ

ୟୁପିରେ ଭାଇରାଲ ଫିଭର ଆତଙ୍କ

ପ୍ରୟାଗରାଜ,୫।୯: ଉତ୍ତରପ୍ରଦେଶରେ ଏନ୍‌ସେଫାଲିଟିସ୍‌ ଓ ନିମୋନିଆ ଭଳି ପୁରୁଣା ରୋଗ ଏବଂ ଭାଇରାଲ ଫିଭରରେ ଆକ୍ରାନ୍ତ ହୋଇ ୧୭୧ ପିଲା ପ୍ରୟାଗରାଜର ମୋତିଲାଲ ନେହେରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ପାଇଁ ଅକ୍ସିଜେନ୍‌ ଜରୁରୀ ହୋଇପଡ଼ିଥିବା ପ୍ରୟାଗରାଜ ସିଏମ୍‌ଓ ଡ. ନାନକ ଶରଣ କହିଛନ୍ତି। ସେଠାର ଶିଶୁ ଓ୍ବାର୍ଡରେ ୧୨୦ ବେଡ୍‌ ରହିଥିବା ବେଳେ ୧୭୧ ପିଲା ଭର୍ତ୍ତି ହୋଇଥିବାରୁ ଗୋଟିଏ ବେଡ୍‌ରେ ୨-୩ ଜଣଙ୍କୁ ଚିକିତ୍ସା କରାଯାଉଛି। ଉକ୍ତ ଅଞ୍ଚଳରେ ବନ୍ୟାଜଳ କମିବା ପରେ ବହୁସଂଖ୍ୟାରେ ପିଲା ପୁରୁଣା ରୋଗ ଓ ଭାଇରାଲ ଫିଭରରେ ଆକ୍ରାନ୍ତ ହେଉଛନ୍ତି।

Share