Advertisement
Categories: ଫୁରସତ

କେବଳ ଏହି ଉପାୟରେ ବୃଦ୍ଧ ବି ହୋଇପାରିବେ ଯୁବକ

ବୃଦ୍ଧ ବି ଯୁବକ ହୋଇପାରିବେ। ଏହି କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ଶୁଦ୍ଧ ଅମ୍ଳଜାନ ବାର୍ଦ୍ଧକ୍ୟ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଥାଏ। ଏକ ଗବେଷଣାରୁ ଜଣାପଡ଼ିଛି, ଲୋକଙ୍କୁ ଏକ ଚାପ ଭର୍ତ୍ତି ଅମ୍ଳଜାନ ଚାମ୍ବରରେ ରଖାଯାଇଥିଲା। ଏହା ଦ୍ୱାରା ଟେଲୋମେରସରେ ୨୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ଟେଲୋମେରସ ମଣିଷର କ୍ରୋମୋଜୋମକୁ ସୁରକ୍ଷା ଦେଇଥାଏ। ଯେଉଁ କାରଣରୁ ମଣିଷର ବୟସରେ ପରିବର୍ତ୍ତନ ହୋଇଥାଏ।

ଏହି ଗବେଷଣା ଜର୍ନାଲ ଏଜିଂରେ ପ୍ରକାଶିତ ହୋଇଛି। ୬୪ ବର୍ଷୀୟ ୩୫ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ନେଇ ଏହି ପରୀକ୍ଷା କରାଯାଇଥିଲା। ଏହି ସମସ୍ତ ବ୍ୟକ୍ତି ଅମ୍ଳଜାନ ଚାପରେ ପରିପୂର୍ଣ୍ଣ ଏକ କୋଠରୀରେ ଥିଲେ। ସେମାନେ ମାସ୍କ ମାଧ୍ୟମରେ ୧୦୦ ପ୍ରତିଶତ ଶୁଦ୍ଧ ଅମ୍ଳଜାନ ନେଇଥିଲେ। ଏହି ପ୍ରକ୍ରିୟା ୯୦ ମିନିଟ ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ୫ ଦିନ ଚାଲିଥିଲା। ଗବେଷଣା ୩ ମାସରେ ଶେଷ ହୋଇଥିଲା।

ଏହି ପରୀକ୍ଷଣରେ, ଲୋକଙ୍କ ମଧ୍ୟରେ ଟେଲୋମେରସ ପରିମାଣ ଏତେ ବୃଦ୍ଧି ପାଇଛି ଯାହା ସାଧାରଣତଃ କମ୍‌ ବୟସ୍କ ଯୁବକମାନଙ୍କଠାରେ ଦେଖାଯାଏ ।

ଗବେଷଣାରୁ ଜଣାପଡ଼ିଛି ଯେ, ପରୀକ୍ଷଣ ପରେ ଶରୀରର ସେନସେଣ୍ଟ କୋଷଗୁଡ଼ିକର ପରିମାଣ ୩୭ ପ୍ରତିଶତ ହ୍ରାସ ପାଇଛି। ଏହି କୋଷଗୁଡ଼ିକର ବାର୍ଦ୍ଧକ୍ୟ ସହିତ ମଧ୍ୟ ଜଡିତ। ଏହାପୂର୍ବରୁ, ଡେଭିଡ ଫିଚରଙ୍କ ଫିଲ୍ମ ‘ଦ କ୍ୟୁରିୟସ କେସ ଅଫ ବେଞ୍ଜାମିନ ବଟନ’ରେ ବୟସ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଯେଉଁଥିରେ ବ୍ରାଡ ପିଟା ବୃଦ୍ଧରୁ ଯୁବକ ହୋଇଯାଇଥିଲେ।

ଏହି ଅଧ୍ୟୟନର ଗବେଷକ ଡ. ଆମିର କହିଛନ୍ତି ଯେ, ଜୀବନଶଳୀରେ କିଛି ପରିବର୍ତ୍ତନ ଏବଂ ଅତ୍ୟଧିକ କଠିନ ବ୍ୟାୟାମ ହେତୁ ଏହି ଲାଭ ଦେଖିବାକୁ ମିଳିଥିଲା। କିନ୍ତୁ ଶୁଦ୍ଧ ଅମ୍ଳଜାନର ଏହି ପ୍ରକ୍ରିୟା ମାତ୍ର ୩ ମାସ ସମୟ ନେଇଥିଲା। ଥେରାପିରେ, ଆମେ ଟେଲୋମେରସ ଲମ୍ବକୁ ଯଥେଷ୍ଟ ବୃଦ୍ଧି କରିବାରେ ସଫଳ ହେଲୁ, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share