Categories: ଖେଳ

ଆରଆର ପାଇଁ ବିଜୟ ଲକ୍ଷ୍ୟ ୧୭୨ରନ…

ଜୟପୁର,୧୪।୫ : ଆଇପିଏଲ ୨୦୨୩ର ୬୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର) ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ମ୍ୟାଚ ହେଉଛି। ଏହି ମ୍ୟାଚ ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଆରସିବି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍‌ ଅଧିନାୟକ ଫାଫ ଡୁପଲେସିସଙ୍କ ନେତୃତ୍ୱରେ ବ୍ୟାଟିଂ କରିବାକୁ ଦଳ ପଡ଼ିଆକୁ ଓହ୍ଲାଇଥିଲା। ସେହିପରି ଆରଆର ଦଳ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ବୋଲିଂ କରିବା ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ଆରସିବି ୫ ଓ୍ବିକେଟ ହରାଇ ୧୭୧ ରନ କରିଛି। ଫଳରେ ଆରଆର ପାଇଁ ବିଜୟ ଲକ୍ଷ୍ୟ ୧୭୨ରନ ରହିଛି।

ଆରସିବି ପକ୍ଷରୁ ବିରାଟ କୋହଲି ୧୮ ରନ କରିଥିବାବେଳେ ଫାପ୍‌ ଡୁ ପ୍ଲେସିସ ୫୫ ରନ, ଗ୍ଲେନ ମ୍ୟାକ୍ସଓ୍ବେଲ ୫୪ ରନ, ଅନୁଜ ରାଓ୍ବତ ୨୯ ରନ କରିଥିଲେ।

Share